ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ତାଲପାଲି ହସ୍ପିଟାଲର ନୂତନ ଗୃହରେ ଅବସର ଗ୍ରହଣ କରିଥିବା ଡୋଲାମଣି ପ୍ରଧାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ପୂର୍ବକ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା ଏବଂ ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା ଡ଼ାକ୍ତର ସିଦ୍ଧାନ୍ତ ପ୍ରଧାନ ଡାକ୍ତର ବିଶ୍ଵନାଥ ମେହେରଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ଡାକ୍ତର ଯଶୋବନ୍ତ ମେହେର ଏବଂ ଡାକ୍ତର ମିଶ୍ର ସ୍ୱାଗତ ଜଣାଇଥିଲେ । ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇ ଯାଇଥିବା ଶୁଶାନ୍ତ କୁମାର ଦାଶ (ଏଲ୍‌ଟି)ଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ସଭାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଫାର୍ମାସିଷ୍ଟ ଅଶୋକ କୁମାର ମହାନ୍ତି, ବସନ୍ତ କୁମାର ପାରେଖ୍ (ପିଏଚ୍‌ଇଓ), ଡାକ୍ତର ମିଶ୍ର, ରିୟାଜ ଖାନ୍ (କିରାଣୀ), ଲମ୍ବୋଦର ପାତ୍ର (ସୁପରଭାଇଜର) ଭାଷଣ ପ୍ରଦାନ କରିଥିଲେ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଶାନ୍ତ କୁମାର ପ୍ରଧାନ, ମୁରାରୀ ପ୍ରସାଦ ନାଏକ, ପିଣ୍ଟୁ ସାହୁ, ଏମ୍ରେନସିଆ ଟପ୍ପ (ଏଲ୍‌ଏଚ୍‌ଭି), ରିତୁପନା ରାଉତ୍, ଶୁଭଶ୍ରାବଣୀ ପ୍ରଧାନ, ପ୍ରୟାସୀ ପ୍ରିୟ ଦର୍ଶନୀ, ଅରୁଣା ଦାସ, ସୂର୍ଯ୍ୟ କାନ୍ତି ବରିହା, ନିର୍ମଳ ଷ୍ଟାଫ, ସିକ୍ୟୁରିଟି ଷ୍ଟାଫ୍‌ ଆଦି ସଭାରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.