p purohi

ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋପ୍ନୋଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ମୁରଲି ପ୍ରସାଦ ପଣ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

dr. purohit

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିନସ୍ଥ ସିନାପାଲି ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋପ୍ନୋଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ସିନାପାଲି ବନାଞ୍ଚଳ ଅଧିକାରୀ ଭାବେ ଯୋଗଦାନ କରିଥିବା ମୁରଲି ପ୍ରସାଦ ପଣ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ସିନାପାଲି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସିନାପାଲି ବିଡିଓ ସଦାଶିବ ନାଏକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସିନାପାଲି ତହସିଲଦାର ଲୋକନାଥ ଶବର, ଡବ୍ଲ୍ୟୁଇଓ ସୂର୍ଯ୍ୟକାନ୍ତ ଭୋଇ, ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ସଭାକୁ ସିନାପାଲି ଫରେଷ୍ଟର ମହାଦେବ ବନ୍ଦିଚୋର ପରିଚାଳନା କରିଥିବା ବେଳେ ମଞ୍ଚାସୀନ ଅତିଥିମାନେ ଜଙ୍ଗଲ ସୁରକ୍ଷା ପରିବେଶ ସଫଲତା ସହ ଅନ୍ୟାନ୍ୟ ବିଷୟରେ ନିଜ ନିଜ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଫରେଷ୍ଟର ଖଗେଶ୍ୱର ମାଝି, ଅବସରପ୍ରାପ୍ତ ରେଞ୍ଜର ସଦାନନ୍ଦ ସୁନାନୀ, ଘଣ୍ଟିଗୁଡା ସରପଞ୍ଚ ତଥା ସିନାପାଲି ସରପଞ୍ଚ ସଂଘ ସଭାପତି ଖୁଟୁରାମ ସୁନାନୀ, ଏପିଓ ବର୍ନିତା ବିଶ୍ୱାଳ, ସିନାପାଲି ଥାନା ଏସ୍‌ଆଇ ଗୌରୀଶଙ୍କର ଦାସ, ହରେକୃଷ୍ଣ ଜାନି, ସୁଜିତ ସାମନ୍ତ ରାଏ, ବନ ବିଭାଗ କର୍ମଚାରୀ ସମେତ ଅନ୍ୟାନ୍ୟ ଲୋକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଚିନ୍ମୟୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.