pr

ସ୍କୁଲ ରୂପାନ୍ତରୀକରଣର ମାଷ୍ଟରପ୍ଲାନ ପାଇଁ ବୈଠକ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସଦାଇପାଲି ପଲ୍ଲିଶ୍ରୀ ହାଇସ୍କୁଲର ରୂପାନ୍ତରୀକରଣର ମାଷ୍ଟରପ୍ଲାନ ପାଇଁ ଏକ ପ୍ରସ୍ତୁତି ବୈଠକ ଗତକାଲି ଅପରାହ୍ନରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍କୁଲର ପ୍ରତିଷ୍ଠାତା ସମାଜ ସେବୀ ଡ. ଶ୍ରୀକର ମିଶ୍ର, ବ୍ଲକ ଅଧ୍ୟକ୍ଷା ସରିତା ବାଗ, ବି.ଡି.ଓ ପ୍ରୀତମ କୁମାର ତନ୍ତ୍ରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ସଦାଇପାଲି ସମିତି ସଭ୍ୟ ଗୋଲାପ ବାଗ, ବ୍ଲକର ସହକାରୀ ଯନ୍ତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟ ଓ ଆଲୁମିନି ସଦସ୍ୟ ଆଦି ଉପସ୍ଥିତ ରହି ସୁଚିନ୍ତିତ ପରାମର୍ଶ ଦେଇଥିଲେ । ଆଲୁମିନି ସଦସ୍ୟ ପିଙ୍କୁ ପଟେଲ, ମହେନ୍ଦ୍ର କୁମ୍ଭାର, ପବିତ୍ର ନାଏକ, ପୃଥିରାଜ ପଟେଲ ତଥା ପରିଚାଳନା କମିଟି ସଦସ୍ୟ ପ୍ରତାପ ନାଏକ, ଶିକ୍ଷାପ୍ରେମୀ ଡ. ସିଦେ୍ଧଶ୍ୱର ମିଶ୍ର, ରମେଶ ନାଏକ, ବିରଞ୍ଚିି ସାଏ, ହରିଶଙ୍କର ସାଏ ଆଦି ଏହି ଯୋଜନାକୁ ସଫଳ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୩ ଏକର ଜମି ରେକର୍ଡଭୁକ୍ତ ଥିବା ସ୍କୁଲ ପରିସରଟି ବୁଲି କେଉଁଠି କଣ କରାଯାଇପାରିବ ତାହାର ଯୋଜନା ପାଇଁ ସମସ୍ତେ ମତାମତ ଦେଇଥିଲେ । ସମସ୍ତଙ୍କର ସହଯୋଗ ହେଲେ ସ୍କୁଲଟି ଏକ ଆଦର୍ଶ ବିଦ୍ୟାଳୟ ହୋଇ ପାରିବ ବୋଲି ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ଆଶା ପ୍ରକାଶ କରିଥିଲେ । ଶେଷରେ ସର୍ବସମ୍ମତି କ୍ରମେ ପଲ୍ଲିଶ୍ରୀ ହାଇସ୍କୁଲକୁ ତୃତୀୟ ପର୍ଯ୍ୟାୟରେ ୫ଟି ରୂପାନ୍ତରୀକରଣ ଯୋଜନାରେ ସାମିଲ କରିଥିବାରୁ ଜିଲ୍ଲାପାଳ, ଜିଲ୍ଲାଶିକ୍ଷା ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ତଥା ସମିତି ସଭ୍ୟ ଗୋଲାପ ବାଗ ଓ ବ୍ଲକ ଅଧ୍ୟକ୍ଷା ସରିତା ବାଗଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.