csstore

ବିଜେପିର ସାମ୍ବାଦିକ ସମ୍ମିଳନୀ

  • ପଦ୍ମପୁର ଭଷ୍ଟାଚାର ମୁକ୍ତ ଓଡ଼ିଶାର ୧ ନମ୍ବର ଏନ୍‌ଏସି ହେବ : ପଦ୍ମପୁର ଛାତ୍ର ଜନତା ଦଳର ନଗର ସଭାପତି ବିଜେପିରେ ସାମିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭଷ୍ଟାଚାର ମୁକ୍ତ ଏନ୍‌ଏସି ଗଠନ ସହ ଓଡ଼ିଶାର ୧ ନମ୍ବର ସହର ଭାବେ ପଦ୍ମପୁରକୁ ନିର୍ମାଣ କରି ଦେବ ବୋଲି ପଦ୍ମପୁରରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ପୌର ପରିଷଦ ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀ ଶ୍ରୀମତୀ ରଞ୍ଜୁ ସେଠ ମତବ୍ୟକ୍ତ କରିଛନ୍ତି । ଶ୍ରୀମତୀ ସେଠ ସାମ୍ବାଦିକମାନଙ୍କୁ କହିଲେ ଯେ, ପଦ୍ମପୁର ସହରରେ ସବୁଠୁଁ ବେଶୀ ପାନୀୟ ଜଳର ସମସ୍ୟା ଅଛି, ମା’ମାନେ ପିଇବା ପାଣି ପାଇଁ ବ୍ୟାକୁଳ ଅଛନ୍ତି । ୧୫ ବର୍ଷ ଧରି ପୌର ପରିଷଦ ଦଖଲ କରିଥିବା ବିଜୁ ଜନତାଦଳ ପିଇବା ପାଣିର ବ୍ୟବସ୍ଥା କଲା ନାହିଁ, ପ୍ରଥମେ ପଦ୍ମପୁରର ପାଣିର ସମସ୍ୟା ଦୂର କରାଯିବ ବୋଲି ଶ୍ରୀମତୀ ସେଠ ଘୋଷଣା କରିଥିଲେ । ଏତଦ୍‌ ସହ ଦୀର୍ଘ ବର୍ଷ ଧରି ସହରରେ ବସବାସ କରୁଥିବା ଭୂମିହୀନ ପରିବାରକୁ ୪ ଡି.ମି ଲେଖାଏଁ ଘରଡିହ ପ୍ରଦାନ, ପ୍ରତି ୱାର୍ଡରେ ଚାଉଳ ବଣ୍ଟନ, ୬୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଭତ୍ତା ପ୍ରଦାନ, ବନ୍ଧ କଟାର ପୁନରୁଦ୍ଧାର କଥା ସେ ପ୍ରକାଶ କରିଥିଲେ । ପଦ୍ମପୁର ଏନ୍‌ଏସିକୁ ପିସି ମୁକ୍ତ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରୁ ଆସୁଥିବା ଅନୁଦାନ ଅର୍ଥ ସଦ ବିନିଯୋଗ କରାଯିବ । ବିଜୁ ଜନତାଦଳ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟାପକ ମାତ୍ରାରେ ଟଙ୍କା କାରବାର କରୁଥିବା ସେ ଅଭିଯୋଗ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ନଗର ଛାତ୍ର ବିଜେଡିର ସଭାପତି ରୋହିତ ସେଠ ବିଜେପିରେ ସାମିଲ ହୋଇଥିଲେ । ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର, ବରିଷ୍ଠ ବିଜେପି ନେତା ରାଜୁ ଘିବେଲା, ଅଶୋକ ମିଶ୍ର, ଶ୍ରୀକାନ୍ତ ପାଣିଗ୍ରାହୀ, ଜ୍ୟୋସ୍ନା କର, ଆଦିତ୍ୟ ରଥ, ହରି ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.