oom

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟା ୪ ଘଣ୍ଟା ସମୟରେ ବଲାଙ୍ଗିର ପି.ପି. ଏକାଡେମୀର କନ୍‌ଫରେନ୍ସ କକ୍ଷରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ଦଶନ୍ଧି ଧରି ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱପ୍ନ, ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ ହେଉଥିବା ବିଳମ୍ବ ତଥା ବୈମାତୃକ ମନୋଭାବର ବିରୋଧରେ ସୃଷ୍ଟି ହୋଇଥିବା ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂଘର୍ଷ ସମିତି, ଆସନ୍ତା ୧୪ ତାରିଖରେ ବଲାଙ୍ଗିର, ବୌଦ୍ଧ ଏବଂ ସୋନପୁର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୯ଟାରୁ ଦିବା ୧ ଘଣ୍ଟା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଧାରଣାରେ ବସି, ରେଳ ବିଭାଗ ମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିଜ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ବିଗୁଲ ବଜାଇବ । ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, କଂଗ୍ରେସର ଜିଲ୍ଲା ସଭାପତି ଦିଲୀପ କୁମାର ବେହେରା, ବଲାଙ୍ଗିର ନାଗରିକ କମିଟିର ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ, ବରିଷ୍ଟ ନାଗରିକ ସଙ୍ଘର ସଭାପତି ପ୍ରଭାକର ମିଶ୍ର, କମିଟିର ଜିଲ୍ଲା ସଂଯୋଜକ ଭବାନୀ ଶଙ୍କର ଶତପଥୀ, ବଲାଙ୍ଗିର ଏକ୍ସନ କମିଟିର ଉପସଭାପତି ସୁଶାନ୍ତ ପଟ୍ଟନାୟକ(ମୁନା) ଏବଂ ଯୁବ ଏକ୍ସନ କମିଟିର ସଭାପତି ବିନୋଦ କାଳସାଏ ପ୍ରମୁଖ ମଞ୍ଚାସୀନ ହୋଇ ଆସନ୍ତା ୧୪ ତାରିଖରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ସହ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସହମତି ଜଣାଇଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ପିତାମ୍ବର ବନଛୋର(ପିଙ୍କୁ), ରବି ଖମାରି, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.