csstore

ବିଜେପି ପକ୍ଷରୁ ଲଖମରା ମଣ୍ଡଳ ସ୍ତରୀୟ ସମର୍ପଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ଲଖମରା ମଣ୍ତଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟକ୍ଷଙ୍କ ପୂଣ୍ୟ ତିଥି କୁଧେରନପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜବୋଡାସମ୍ବର ଜିଲ୍ଲା ପରିଷଦ ତଥା ରାଜ୍ୟ ମହିଲା ମୋର୍ଚ୍ଚା ସଦସ୍ୟା ସରସ୍ଵତୀ ସାହୁ ଉପସ୍ଥିତ ରହି ପଣ୍ଡିତ ଦୀନଦୟାଲଙ୍କ ବିଷୟରେ ଆଲୋଚନା କରିଥିଲେ । ଏଥିରେ ପୂର୍ବତନ ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ ସଭା ପରିଚାଳନା କରିଥିଲେ । ଲଖମରା ମଣ୍ତଳ ସଭାପତି ଟୁନା ଦଣ୍ଡସେନା ଭାରତୀୟ ଜନତା ପାର୍ଟିର ଆଦର୍ଶ ଓ ନୀତି ଓ ଦୀନଦୟାଲଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଏଥିରେ ମଣ୍ତଳର ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପଦ୍ମଲୋଚନ ବେରିଆ, ହରିହର ମେହେର, ନିମାଇଁ ପଟେଲ, ମୋତିରାମ ଝଗରା, ରୁଦ୍ରମଣୀ ନୱେରା, ହଲଧର ପ୍ରଧାନ, ଶିବ ସାହୁ, ନୀଳମଣି ଭୋଇ, ଅନନ୍ତ ଭୋଇ, ସତ୍ୟ ବେହେରା, ସୁଲାଗି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ଶେଷ କରିଥିଲେ ।

jayashree
Leave A Reply

Your email address will not be published.