pakka

ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଦିକ୍ଷାନ୍ତ ସମାରୋହ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଦିକ୍ଷାନ୍ତ (ଗ୍ରାଜୁଏସନ୍‌ ଡେ’) ସମାରୋହ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ଉମା ବଲ୍ଲଭ ମହାପାତ୍ର (କୁଳପତି, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ବଲାଙ୍ଗିର) ମୁଖ୍ୟ ଅତିଥି, ଡା.ଅକ୍ଷୟ ମିଶ୍ର (ପରୀକ୍ଷା ପରିଚାଳକ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ) ସମ୍ମାନିତ ଅତିଥି ତଥା ଶିବ ପ୍ରସାଦ ନନ୍ଦ (ଅବସରପ୍ରାପ୍ତ ଅଧ୍ୟକ୍ଷ, ଭବାନୀପାଟଣା ସ୍ଵୟଂ ଶାସିତ ମହାବିଦ୍ୟାଳୟ) ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସଭାକାର୍ଯ୍ୟଟି ଅନୁଷ୍ଠାନର ପରିଚାଳକ ଆଶୁତୋଷ ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପରିଚାଳନା ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀ ପୁରୋହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ମହାବିଦ୍ୟାଳୟର ପୂର୍ବ ଗୌରବ ଉପରେ ଆଲୋକପାତ କରିଥିଲେ । ଏହା ପରେ ମଞ୍ଚାସୀନ ଅତିଥିମାନେ ବିଭିନ୍ନ ପ୍ରକାରର ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ୪୦ଜଣ ପରୀକ୍ଷାର୍ଥିଙ୍କ ମଧ୍ୟରୁ ୮ ଜଣ ବିଶ୍ଵ ବିଦ୍ୟାଳୟର ଶ୍ରେଷ୍ଠ ୮ଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ମାଧ୍ୟମରେ ସମ୍ମାନିତ କରାଯାଇଥିଲା । ଏହାଛଡା ଛାତ୍ରୀ ଶ୍ରେୟା କେଶୱାନୀ (ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସର୍ବଶ୍ରେଷ୍ଠ, ଗୋଲ୍ଡ ମେଡାଲିଷ୍ଟ) ଓ ଛାତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର (ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାର ୮ମ ଓଡ଼ିଶା ଟପ୍ପର)ଙ୍କୁ ହେମଲତା ପଟ୍ଟନାୟକ ସ୍କୋଲାର୍‌ସିପ୍‌ ଓ ଡାଇରେକ୍ଟର ସ୍କୋଲାର୍‌ସିପ୍‌ ଆୱାର୍ଡ଼ ଓ ଅର୍ଥ ରାଶି ଦ୍ଵାରା ସମ୍ମାନିତ କରାଯାଇଥିଲା । ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ ଦାଶ୍ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରି ସଭାକାର୍ଯ୍ୟକୁ ସାଙ୍ଗ କରିଥଲେ । ଉକ୍ତ ସମାରୋହରେ ବଲାଙ୍ଗିର ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି, ପୂର୍ବତନ ଛାତ୍ରଛାତ୍ରୀ ତଥା ଅନୁଷ୍ଠାନର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

seven + 1 =

error: Content is protected !!