pakka

ଆରପାରିରେ ଧର୍ମପରାୟଣା ମହିଳା ବିଳାସିନୀ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମର ଧର୍ମପରାୟଣା ମହିଳା ବିଳାସିନୀ ପ୍ରଧାନଙ୍କର ମଙ୍ଗଳବାର ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ଦିବଂଗତ ମହିୟସୀ ମହିଳା ଶ୍ରୀମତୀ ପ୍ରଧାନ ହେଉଛନ୍ତି ଲୋକପ୍ରିୟ ବିଶ୍ଵମୁକ୍ତି ପତ୍ରିକାର ସମ୍ପାଦକ ତଥା ବିଶିଷ୍ଠ ସମାଜସେବୀ ଅଧ୍ୟାପକ କବି ଶଶାଙ୍କ ଚୂଡ଼ାମଣି ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ଜନ୍ମଦାତ୍ରୀ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣା ତଥା ଶାନ୍ତ ଓ ସରଳ ପ୍ରକୃତିର ଭଲ ମଣିଷ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ପୁତ୍ର ଶଶାଙ୍କ ଓ କନ୍ୟା ସନ୍ଧ୍ୟାବତୀ ଜୀବନବ୍ୟାପୀ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ପାରିଛନ୍ତି । ଏହି ଧର୍ମପ୍ରାଣା ମହିଳାଙ୍କ ପାର୍ଥିବ ଶରୀରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମ୍ପର୍କୀୟ, ଶୁଭେଚ୍ଛୁମାନେ ଶ୍ରଦ୍ଧା ସୁମନ ଅର୍ପଣ କରି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଗ୍ରାମ ଶ୍ମଶାନରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଦିବଂଗତ ଧର୍ମପ୍ରାଣା ମହିଳାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ଶଶାଙ୍କ ମୁଖାଗ୍ନି ଦେଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

19 + 14 =

error: Content is protected !!