pakka

ରାଧେଶ୍ୟାମ ଫାଉଣ୍ଡେସନ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଛତ୍ରପୁରସ୍ଥ ଶିବ କୁମାର ରିଡିଙ୍ଗରୁମରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ତଥା ୧୦ ନମ୍ବର ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଏହି ସଂଗଠନର ବିଭିନ୍ନ ଜନ କଲ୍ୟାଣକାରୀ ସେବାମୂଳକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ କୃତି ଛାତ୍ରଛାତ୍ରୀ, ସମାଜସେବୀ ଓ ଯୁବପ୍ରତିଭାଙ୍କୁ ମାନପତ୍ର ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ଏନ୍‌ଏସି ଉପାଧ୍ୟକ୍ଷା ଜି. ପାପା ରାଓ, ଛତ୍ରପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ମୁଖ୍ୟବକ୍ତା ଭାବେ ଗଞ୍ଜାମ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ ପ୍ରମୁଖ ଯୋଗଦେଇଥିଲେ । ସର୍ବୋପରି ଏହି ଫାଉଣ୍ଡେସନର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇ ବକ୍ତାମାନେ ଭୂୟସୀ ପ୍ରଂଶସା କରିଥିଲେ । ଫାଉଣ୍ଡେସନର ସମ୍ପାଦିକା ଝିଲିବାଳା ରାଉତ, ସହସମ୍ପାଦିକା ଗୀତା ସାହୁ, ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା ଓ ଟ୍ରଷ୍ଟ ସଂଗଠନର ଆଇନ ପରମର୍ଶଦାତା ବିଜୟ କୃଷ୍ଣ ପଟ୍ଟନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ଉପଦେଷ୍ଟା ତଥା କବି ପ୍ରଶାନ୍ତ କୁମାର ଶତପଥୀ ସଂଯୋଜନା କରିଥିବା ବେଳେ ସମ୍ପାଦିକା ଝିଲି ବାଳା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡିଶା ପ୍ରଶାସନିକ ସେବାରେ କୃତ୍ତିତ୍ୱ ହାସଲ କରିଥିବା ଛତ୍ରପୁରର ସନ୍ଦୀପ ଖାଡ଼ଙ୍ଗା, ଆନ୍ତର୍ଜାତୀୟସ୍ତରରେ ସୁନାମ ଆଣିଥିବା ବଡ଼ିବିଲଡର ବଲାଲ ଖାନ୍, ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଅଳକା ସାହୁ, ଆନ୍ତର୍ଜାତିକ କ୍ରୀଡ଼ାବିତ ଭି.ରମେଶ ରାଓ, ବରିଷ୍ଠ ନାଗରିକ ସଂଗଠନର ସଂଯୋଜକ, କାମରାଜୁ ମହାରଣା ସମାଜସେବୀ ଶିବ ପ୍ରସାଦ ବେହେରା ଟି.ଗୁରୁପ୍ରିୟ ଆଚରୀ, କେ. କେଦାର କୁମାର ରାଜୁ ଯଶୋଦା ଫାଉଣ୍ଡେସନ୍‌ର ମୁଖ୍ୟ ସାଗରିକା ପଣ୍ଡା, ଶିକ୍ଷାବିତ ଅମର ପ୍ରସାଦ ବିଷୋୟୀ, ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟର ଟପର ଛାତ୍ର ଅବିନାଶ ଚୌଧୁରୀ, ବିପୁଳିଙ୍ଗି ଉଚ୍ଚ ବିଦ୍ୟାଳୟ ଛାତ୍ର ତଥା ବ୍ଲକ ଟପର ରୁଦ୍ର ନାରାୟଣ ପଣ୍ଡା, ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ତଥା ଛତ୍ରପୁର ଏନ୍‌.ଏ.ସି. ଟପର ଅନୁଶ୍ରୀ ସାହୁ, ଆଇସିଏସ୍‌ସି ବୋର୍ଡ଼ରେ ଓଡ଼ିଶା ଟପର ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଛତ୍ରପୁର କାରମେଲ କନଭେଣ୍ଟ ସ୍କୁଲର ଛାତ୍ର ବିଷ୍ଣୁ ପ୍ରସାଦ ଶତପଥୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରାଯାଇଥିଲା । ସେହିପରି ଛତ୍ରପୁର ଏନ୍‌ଏସିର ସମସ୍ତ କାଉନସିଲରମାନଙ୍କୁ ମଧ୍ୟ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ପ୍ରତିପାଦନ କରାଯାଇ ମାନପତ୍ର ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

jay balangir
Leave A Reply

Your email address will not be published.

twelve − eleven =

error: Content is protected !!