
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହାଆନନ୍ଦର ସହକାରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ, ଶିକ୍ଷା, ଓଡ଼ିଆ, ଇତିହାସ, ଇଂରାଜୀ ପ୍ରତି ବିଭାଗରେ ଛାତ୍ରଛାତ୍ରୀମାନେ ବହୁ ଶ୍ରଦ୍ଧାର ସହିତ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଜଣାଇଥିଲେ । ଅଧ୍ୟକ୍ଷ ଶ୍ରୀ ବାରିକ ମହାବିଦ୍ୟାଳୟର ନୀତି, ନିୟମ ଓ ଶୃଙ୍ଖଳା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିବାବେଳେ ପ୍ରାଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ ପଥଭ୍ରଷ୍ଟ ନ ହୋଇ ଉଚିତ ପଥରେ ପରିଚାଳିତ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଥିଲେ । ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାଧ୍ୟାପିକା ମୀନା କୁମାରୀ ସାହୁ ମଧ୍ୟ ମନୁଷ୍ୟ ଜୀବନରେ ଶିକ୍ଷାର ଗୁରୁତ୍ୱ ସଂପର୍କରେ କହିଥିବା ବେଳେ ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ନିରନ୍ତର ଶିକ୍ଷା ଗ୍ରହଣ ପୂର୍ବକ ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରେରଣା ଦେଇଥିଲେ । ଅଧ୍ୟାପକ ଦେବରାଜ ସାହୁ, ଅଙ୍କିତ କୁମାର ଦାସ, ଦେବାଶିଷ ଭଏନା, ବିଜୟ ବାରିକ, ଭୀଷ୍ମ ଦେବ ସାହା, ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ, ଝରଣା ପ୍ରଧାନ, ଅଞ୍ଜଳି ବାଗ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅନୁଭାବାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ । ସମଗ୍ର ସଭା ପରିଚାଳନା କ୍ଷେତ୍ରରେ ସମସ୍ତ ଛାତ୍ରଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ସକ୍ରିୟ ଭାବରେ ସହଯୋଗ କରିଥିଲେ ।