jayashree

ଶ୍ରଦ୍ଧାରେ ଇର୍ଣ୍ଟନସିଭ୍ ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ ଶିକ୍ଷାନୀତି ଅନୁଯାୟୀ ପିଲାମାନଙ୍କର ଗ୍ରାଜୁଏସନ ଶିକ୍ଷା ପୂର୍ବରୁ ବାଧ୍ୟତାମୂଳକ ଭାବେ ସମର ଭେକେସନ ସମୟରେ ୧୨୦ ଘଣ୍ଟା କୌଣସି ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଇର୍ଣ୍ଟନସିଭ୍ ନେବାକୁ କାର୍ଯ୍ୟକ୍ରମ ରଖାଯାଇଛି । ଏଥିପାଇଁ ରାଉରକେଲା, ଭୁବନେଶ୍ୱର, କଟକ ତଥା ରାଜ୍ୟ ବାହାରୁ ଟିସ୍ ମୁମ୍ବାଇ, ଲଭଲି ୟୁନିଭରସିଟି ଚଣ୍ଡୀଗଡ଼ର ବିଭିନ୍ନ କଲେଜ ରୁ ୫୦ରୁ ଅଧିକ ଛାତ୍ରଛାତ୍ରୀ ଶ୍ରଦ୍ଧା ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଇର୍ଣ୍ଟନସିଭ୍ ପ୍ରୋଗ୍ରାମରେ ସାମିଲ ହୋଇଥିଲେ । ଗତ ଏପ୍ରିଲ ମାସ ୨୨ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଆଜି ଶେଷ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବିଦ୍ୟାର୍ଥୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମ ଶ୍ରଦ୍ଧାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୟୁଥ ହଷ୍ଟେଲର ସଭାପତି ତଥା ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଟାଉନସିପର ପ୍ରାକ୍ତନ ସି.ଜି.ଏମ୍ ପ୍ରତାପ କୁମାର ସ୍ଵାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମାଜ ସେବାର ଆବଶ୍ୟକତା ଓ ନିଜର କର୍ତ୍ତବ୍ୟ ସାଧନ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ମନୁଷ୍ୟ ଜନ୍ମ କେବଳ ନିଜ ପାଇଁ ନୁହେଁ । ଯିଏ ଯେଉଁ ଜାଗାରେ ଥାଉନା କାହିଁକି ଆବଶ୍ୟକ ଲୋଡୁଥିବା ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ଅନାଥମାନଙ୍କୁ ସେବା ଯୋଗାଇଦେବାକୁ ସମାଜର ସବୁ ବର୍ଗର ଲୋକଙ୍କର କର୍ତ୍ତବ୍ୟ ରହିଛି । ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବା ସମୟରେ ବହୁ ମହାପୁରୁଷଙ୍କ ବିଷୟରେ ପଢ଼ିବାକୁ ପାଇଥିବେ । ପ୍ରାକ୍ଟିକାଲରେ ସେ ଗୁଡ଼ିକୁ କାମରେ ଲଗାଇବା ଓ ସମାଜସେବା ବ୍ରତୀ ହେବା ଏହି ଇର୍ଣ୍ଟନସିଭର ଉଦ୍ଦେଶ୍ୟର କାରଣ ସମାଜ ଗଠନରେ ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନ୍ୟତମ ସମ୍ମାନିୟ ଅତିଥିଭାବେ ଶିକ୍ଷାବିତ୍ ରାଜା ମହାନ୍ତି ଏଥିରେ ଯୋଗ ଦେଇ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ସମାଜରେ ଥିବା ବିଭିନ୍ନ ପ୍ରକାରର କୁସଂସ୍କାରର ପରିବର୍ତ୍ତନ ତଥା ନୂତନ ଦିଗନ୍ତର ସଂଚାର କରିପାରିବେ । ସେବା ମାଧ୍ୟମରେ ଅନେକ ଆଖିଦୃଶିଆ କାମ କରିପାରିବେ । ଏଥିପାଇଁ ଦୃଢ଼ ମନୋବଳ ରହିବା ଦରକାର । ଅନୁଷ୍ଠାନର ସଭାପତି ଡ. ରାମକୃଷ୍ଣ ବିଶ୍ଵାଳ ଏବଂ କାର୍ଯ୍ୟକାରୀ ସଭାପତି ପଶୁପତିନାଥ ଚାଟ୍ଟାର୍ଜୀ ଏହି ମର୍ମରେ ବିଦ୍ୟାର୍ଥୀମାନଙ୍କୁ ସମାଜ ଗଠନରେ ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଶ୍ରୀ ଚାଟ୍ଟାର୍ଜୀ ଦିବ୍ୟାଙ୍ଗ ପିଲାଙ୍କ ପ୍ରତି ଦୃଷ୍ଟି ଦେବା ଓ ସ୍ଵତନ୍ତ୍ର ଶିକ୍ଷା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଡ. ବିଶ୍ଵାଳ ତାଙ୍କ ବ୍ୟକ୍ତବ୍ୟରେ ଦର୍ଶାଇଥିଲେ ଯେ, ୧୨୦ ଘଣ୍ଟାର କାର୍ଯ୍ୟକ୍ରମ ସାରିଦେଇ ସାର୍ଟିଫିକେଟ ନେଇଗଲେ ହେବ ନାହିଁ । ଏହି ସାର୍ଟିଫିକେଟର ପ୍ରକୃତ ମୂଲ୍ୟାଙ୍କନ ସେତେବେଳେ ହେବ ଯେତେବେଳେ ଶ୍ରଦ୍ଧାରୁ ପାଇଥିବା ପ୍ରାକ୍ଟିକାଲ ଜ୍ଞାନକୁ ଆନ୍ତରିକ ଭାବେ କାମରେ ଲଗାଇବ । ମାନବିକତାର ମୂଲ୍ୟବୋଧ ଏଥିରୁ ଆହରଣ କରାଯାଇଥାଏ । ପ୍ରାରମ୍ଭରେ ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥିମାନଙ୍କ ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନେ ଶ୍ରଦ୍ଧାର ଯେଉଁ ସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଯଥା- ଥେରାପି, ଗାର୍ଡେନିଙ୍ଗ, ହୋମ ଭିଜିଟ, ସର୍ଭେ, ଭୋକେସନାଲ ଟ୍ରେନିଙ୍ଗ, କର୍ମଶାଳା ଏବଂ ଅନ୍ତେବାସୀଙ୍କ ସାମୂହିକ ଜନ୍ମଦିନ ପାଳନ ଇତ୍ୟାଦି ସେମାନଙ୍କର ପ୍ରମୁଖ କାର୍ଯ୍ୟ ଥିଲା ବୋଲି ଶ୍ରୀ ପାଣ୍ଡବ ସୂଚନା ଦେଇଥିଲେ । ଈଶ୍ୱର ହେମ୍ବ୍ରମ ଏବଂ ମଧୁସ୍ମିତା ପଶାୟତ ଇର୍ଣ୍ଟନସିଭର ଅଂଶ ଗ୍ରହଣକାରୀ ସେମାନଙ୍କର ଉପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରଦ୍ଧାର ସୁକୁମାର ପାଣ୍ଡବ, ଅର୍ଚ୍ଚନା ମିଞ୍ଜ୍, ଧୀରେନ୍ କୁମାର ଓଝା, ଇତିଶ୍ରୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଶ୍ରୀ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.