pakka

ବନ୍ଦଲାର ବାଲୁଙ୍କେଶ୍ୱର ବାବାଙ୍କ ପୂଜା ସମାପନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସୋହେଲା ନିକଟସ୍ଥ ବନ୍ଦଲା ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ଶୁକ୍ଳପକ୍ଷ ଦଶମୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଗ୍ରାମର ରାଞ୍ଜ ନଦୀକୂଳରେ ବାଲୁଙ୍କେଶ୍ୱର ମହାଦେବ ବାବାଙ୍କ ପୂଜା ସମାପନ ହୋଇଯାଇଛି । ଗ୍ରାମର ରାଞ୍ଜ ନଦୀକୂଳରେ ବାଲୁଙ୍କେଶ୍ୱର ବାବାଙ୍କ ପୀଠରେ ଦଶମୀ ଦିନ ପ୍ରାତଃରୁ କର୍ତ୍ତା ତୋଷବନ୍ତ ଭୋଇଙ୍କ ଦ୍ୱାର ବିଧିପୂର୍ବକ ବାଲୁକା ଲିଙ୍ଗ ସ୍ଥାପନ କରାଯାଇ ପୂର୍ଣ୍ଣିମା ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ପୂଜା କାର୍ଯ୍ୟ ଚାଲିଥିଲା । ପ୍ରତିଦିନ ଆରତୀ ମହାମୃତ୍ୟଞ୍ଜୟ ମନ୍ତ୍ର କରାଯାଇଥିଲା । ପ୍ରତିଦିନ ଅନ୍ନଭୋଗ ଅର୍ପଣ କାରାଯାଇ ଅଁଳା ଚତୁର୍ଦଶୀ ଦିନ ସନ୍ଧ୍ୟାରେ ମହାଭୋଗ ଅର୍ପଣ କରାଯାଇ ଗ୍ରାମର ଶତାଧିକ ଆବାଳବୃଦ୍ଧ ବନିତା ପ୍ରସାଦ ସେବନ କରିଥିଲେ । ଏହି ପୂଜା କାର୍ଯ୍ୟର ପାଣିମୋରାର ପୁଝାରୀ ନିରଞ୍ଜନ ଦେହୁରୀ ପୂଜା କାର୍ଯ୍ୟ କରିଥିଲେ । ଦେବୀ ପ୍ରସାଦ ସହଯୋଗୀ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ । ଚତୁର୍ଦଶୀ ରାତିରେ ମହାମୃତ୍ୟୁଞ୍ଜୟ ଯଜ୍ଞ କରାଯାଇଥିଲା । ପୂଜା ସମାପନ ପରେ ସନ୍ଧ୍ୟାରେ ରାଞ୍ଜନଦୀ କୂଳରେ ବାବା ବାଲୁଙ୍କେଶ୍ୱରଙ୍କୁ ଘଣ୍ଟ ଶଙ୍ଖ ବାଦ୍ୟରେ ବିସର୍ଜନ କରାଯାଇଥିଲା । ଏହି ଅବସରରେ କେରମେଳି ଏବଂ ମହିଳା ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ । ବହୁଜନ ସମାଗମ ହୋଇଥିଲା । ଖଜା, ମିଠେଇ, ଦୋକାନ, ମନୋହରୀ, ଦୋକାନ ଲାଗିଥିଲା । ଶାନ୍ତି ଶୃଙ୍ଖଳା ପାଇଁ ସୋହେଲା ପୋଲିସ ମୁତୟନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଏହି ବାଲୁଙ୍କେଶ୍ୱର ବାବା ପୂଜନ ମହୋତ୍ସବ ୧୮୦୦ ମସିହାରେ ଏହି ଗ୍ରାମର ସ୍ୱର୍ଗୀୟ ଭୁବନ ଭୋଇ ଏବଂ ସ୍ୱର୍ଗୀୟ କୋଇଲି ଭୋଇ ଆରମ୍ଭ କରିଥିଲେ, ଯାହାକି ଆଜକୁ ୨୨୨ ବର୍ଷରେ ପଦାର୍ପଣ କରିଛି । ଏହି ପୂଜନ ଉତ୍ସବରେ ଗ୍ରାମର ଦିଲୀପ କୁମାର ସାହୁ, ଦୟାସାଗର ପାଣ୍ଡେ, ତରଣୀ ରଣା ଗ୍ରାମର ୱାର୍ଡ ମେମ୍ବର ଦ୍ଵୟ ଏବଂ ଗ୍ରାମବାସୀ ତଥା ଗ୍ରାମର ଯୁବକମାନଙ୍କର ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗ୍ରାମର ନୂତନ ଅଙ୍ଗନୱାଡ଼ି କେନ୍ଦ୍ରର ଶୁଭ ଉଦ୍‌ଘାଟନ ଓ ନୂତନ ଶ୍ରମିକ କାର୍ଡ ମୁଖ୍ୟ ଅତିଥି ବିଜେଡି ଯୁବନେତା ସୁବ୍ରତ ସିଂହଙ୍କ ଦ୍ୱାରା ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା ଓ ଜିଲ୍ଲା ପରିଷଦ ପ୍ରତିନିଧି ସୁବ୍ରତ ବେହେରା ଯୋଗ ଦେଇଥିବା ବେଳେ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

two × four =

error: Content is protected !!