
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ବେହେରାପାଲି ରେଲୱେ ଓଭର ବ୍ରିଜ ରାସ୍ତା ଉଭୟ ପାଶ୍ୱର୍ରେ ୨୫ ଗୋଟି ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ମୋହନ ଗୋପାଳ ପଣ୍ଡାଙ୍କ ନେତୃତ୍ୱରେ ଉପସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସଂପାଦକ ଡା. ସୁକାନ୍ତ ପୁରୋହିତ, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, ସହ ସଂପାଦକ ପ୍ରଦୀପ ମିଶ୍ର, ସଦସ୍ୟ ରାଜ କିଶୋର ଦାଶ, ସଲିମ ଖାନ, ଶରତ ଶ୍ରୀଚନ୍ଦନ, ଭଗବାନ ବଗର୍ତ୍ତି, ଅଶୋକ ରଣା, ଜୟପ୍ରକାଶ ପଣ୍ଡା, ଅମରଦୀପ ପାଣିଗ୍ରାହୀ, ଡା. ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ଯୋଗ ଦେଇ ନିମ୍ବ, ବଉଳ, କରଞ୍ଜ ଆଦି ବୃକ୍ଷ ଲଗାଇବା ସହ ପରିବେଶ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ପ୍ରକୃତି ପ୍ରେମୀ ପ୍ରଦୋଷ ପତି ସହଯୋଗ କରିଥିଲେ । ବୃକ୍ଷ ଗୁଡିକର ରକ୍ଷଣା ବେକ୍ଷଣ ପାଇଁ ସଂଘ ପକ୍ଷରୁ ଖୁଣ୍ଟ ଓ ସବୁଜ କପଡା ଘେରା ବାଉଣ୍ଡରୀ କରାଯାଇଥିଲା । ଆଗାମୀ ଦିନ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି ।