csstore

ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ମଧ୍ୟରେ ନାରୀ ମାନଙ୍କ ଗର୍ଭାବସ୍ଥା ଏବଂ ଶିଶୁର ଲାଳନପାଳନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ୭ଟି ସ୍ଥାନରେ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷା ରୋଟାରୀଆନ ଟୁନି ଦେବୀ, ସମ୍ପାଦିକା ରୋଟାରୀଆନ ଡ଼ଃ ସରିତା ମଲ୍ଲଙ୍କ ଆବାହକତ୍ଵରେ ଆୟୋଜିତ ଏହି କର୍ମଶାଳାରେ ଆର୍‌ଜିଏଚ୍‌ର ସହ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଣ୍ଡିତ ସାହୁ, ଶିଶୁ ବିଭାଗର ମୁଖ୍ୟ ଡାକ୍ତର ଆର୍‌ ଆର୍‌ ବେହେରା ଓ ଡାକ୍ତର ପ୍ରଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରସୂତି ପାଇଁ ଆସିଥିବା ମହିଳାଙ୍କୁ ଗର୍ଭାବସ୍ଥା ଓ ଶିଶୁର ଲାଳନପାଳନ ସମ୍ପର୍କରେ ସଚେତନ କରାଇଥିଲେ । ଏହି ଅବସରରେ କ୍ଲବ୍ ତରଫରୁ ଆର୍ଥିକ ଅନଗ୍ରସର ଥିବା ମହିଳାଙ୍କୁ ପ୍ରସୂତି କାଳୀନ ପୋଷାକ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତରଖାନାର ନର୍ସ ମାନଙ୍କ ସହ କ୍ଲବର ଉପସଭାପତି ରୋଟାରୀଆନ ଲଳିତା ମୁଦୁଲି ଓ ସମସ୍ତ ରୋଟାରୀଆନ ସୁଚିସ୍ମିତା ବିଶ୍ୱାସ, ପ୍ରଫେସର ଚନ୍ଦନ ବିଶ୍ୱାସ, ପ୍ରତିଭା, ରଶ୍ମି ମିଶ୍ର, ନିବେଦିତା ମହାନ୍ତି, ପ୍ରଶାନ୍ତି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.