ଉତ୍କଳ କନ୍ଧ ସମାଜ କଲ୍ୟାଣ ମଣ୍ଡପର ହେଲା ଭିତ୍ତିପ୍ରସ୍ତର

  • ଆମ ସଂସ୍କୃତି ରକ୍ଷାରେ ସରକାର ଅବହେଳା କଲେ ପରିଣାମ ଭୟାବହ ହେବ : ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିର) : ଶିବତଲାଠାରେ ଅନୁଷ୍ଠିତ ମାଁ କନ୍ଧେନବୁଢି ଖୁଣ୍ଟାଗଡା ତଥା କନ୍ଧସମାଜର କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଆଇସିସି ଯୁବନେତା ସମରେନ୍ଦ୍ର ମିଶ୍ର କହିଛନ୍ତି ଯେ, ଆପଣମାନେ ଦେଶର ମୂଳ ନିବାସୀ । ପ୍ରକୃତି ସହ ଆପଣମାନଙ୍କର ନିବିଡ ସଂପର୍ଚ । ଆପଣମାନଙ୍କର ସଂସ୍କୃତି ପରଂପରା ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ସମାଜକୁ ସନ୍ତୁଳିତ କରିଥାଏ । କିନ୍ତୁ ଦେଖାଯାଉଛି ଆପଣଙ୍କ ସଂସ୍କୃତି ଓ ପରଂପରାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସୁରକ୍ଷା ଦେବା ପରିବର୍ତ୍ତେ ତାହାକୁ ଧ୍ୱଂସ କରିବା ପାଇଁ ଚେଷ୍ଟା କରୁଛନ୍ତି । ଆପଣମାନଙ୍କ ମଧ୍ୟରେ ଆଜିର ଏହି ସମାବେଶକୁ ଉଭୟ ସରକାରକୁ ଚେତେଇ ଦେଉଛି ଯେ ଯଦି ଆଦିବାସୀ ସଂସ୍କୃତି ଓ ପରଂପରା ପ୍ରତି ଅବହେଳା କରାଯାଏ ତେବେ ପରିଣାମ ଭୟାବହ ହେବ ବୋଲି ଶିବତଲାଠାରେ ଅନୁଷ୍ଠିତ ମାଁ କନ୍ଧେନବୁଢି ଖୁଣ୍ଟାଗଡା ତଥା କନ୍ଧସମାଜର କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଆଇସିସି ଯୁବନେତା ସମରେନ୍ଦ୍ର ମିଶ୍ର କହିଛନ୍ତି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କର କମଳରେ ଦିଆଯାଇଥିବା ଭିତ୍ତିପ୍ରସ୍ତର ପରବର୍ତ୍ତି ସଭାକୁ ଆଦିବାସୀ ଯୁବନେତା ମୟ ପ୍ରଧାନୀ ସଂଯୋଜନା କରିଥିଲେ । ଏହି ଅବସରରେ ଆଦିବାସୀ ନେତା କାଳିନ୍ଦ୍ରୀ ଚରଣ ମାଝି ବିଧାୟକ ଶ୍ରୀ ମିଶ୍ରଙ୍କ ଆଦିବାସୀ ମାନଙ୍କ ପ୍ରତି ଥିବା ସହଯୋଗକୁ ନେଇ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ସୁଲିଆ ଯାତ୍ରାର ବଳିପ୍ରଥାକୁ ସମସ୍ତ ରାଜନେତା ବିରୋଧ କରୁଥିବା ବେଳେ ନରସିଂହ ମିଶ୍ର ଜଣେ ହିଁ ଆଦିବାସୀ ପ୍ରଥା ପରଂପରା ସପକ୍ଷରେ ବାହାରି ଆମର ପରଂପରାକୁ ସମର୍ଥନ କରିଥିଲେ । ଯାହାକି ପରବର୍ତ୍ତି ସମୟରେ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଆମ ପରଂପରା ପ୍ରତି ସୁରକ୍ଷା ପ୍ରଦାନ କରିଥିଲେ । ବିଧାୟକ ଶ୍ରୀ ମିଶ୍ର କଲ୍ୟାଣ ମଣ୍ଡପ ନିର୍ମାଣ ଶୀଘ୍ର କରାଯିବା ଉପରେ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ କନ୍ଧ ସମାଜର ପ୍ରତ୍ୟେକ ପ୍ରଗଣାରେ ଦାବି ମୁତାବକ କଲ୍ୟାଣ ମଣ୍ଡପ ନିର୍ମାଣର ବ୍ୟବସ୍ଥା କରାଯିବ ଏବଂ ଯେଉଁ ସରକାର ଆଦିବାସୀମାନଙ୍କର ଜଙ୍ଗଲ ଜମି ଓ ରାଜନୈତିକ ଅଧିକାରରୁ ସେମାନଙ୍କୁ ବଂଚିତ କରିବାକୁ ଯାଉଛି ସେଭଳି ସରକାରମାନଙ୍କୁ ଆଗାମୀ ନିର୍ବାଚନରେ ଆଦିବାସୀ ଜନଜାତିମାନେ ଉଚିତ ଜବାବ ଦିଅନ୍ତୁ ବୋଲି କହିଥିଲେ । ଏହି ଅବସରରେ କନ୍ଧ ସମାଜ ପକ୍ଷରୁ ମାଁ କନ୍ଧେନବୁଢିଙ୍କର ଖୁଣ୍ଟାଗଡା କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦୟାନିଧି କୁଅଁର ଏବଂ କନ୍ଧ ସମାଜର ନେତୃବୃନ୍ଦ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

6 + fourteen =