ଧର୍ମପ୍ରାଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂସାରୀପଡାର ଧର୍ମପ୍ରାଣା ମହିଳା ସୁବର୍ଣ୍ଣଲତା ସାହୁ (୭୫)ଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ଅଚ୍ୟୁତା ନନ୍ଦ ସାହୁ, ପୁତ୍ର ବନ ବିହାରୀ ସାହୁ, ସଦା ବିହାରୀ ସାହୁ, ରାଜେଶ କୁମାର ସାହୁ, ଅଶୋକ କୁମାର ସାହୁ ଓ ରବିନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ । ବିଭୁତିପଡା ଶ୍ମଶାନରେ ତାଙ୍କର ଜ୍ୟେଷ୍ଠ ପୁତ୍ର ବନ ବିହାରୀ ସାହୁ ମୁଖାଗ୍ନି ଦେଇଥିଲେ । ସୁବର୍ଣ୍ଣଲତା ଜଣେ ଧାର୍ମିକ ଓ ସହଯୋଗୀ ମହିଳା ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶବସଂସ୍କାର କାର୍ଯ୍ୟରେ ଶିଶୁ ବିକାଶ କେନ୍ଦ୍ର ଓ ପୂଜ୍ୟପୂଜା ସେବା ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − 9 =