୧୬ ଗୋଟି ଦାବୀ ନେଇ ଆମ୍‌ ଆଦମୀ ପାର୍ଟି ଦ୍ୱାରା ତହସିଲ ଅଫିସ ସମ୍ମୁଖରେ ଗଣଧାରଣା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ତହସିଲ ଅଫିସ ସମ୍ମୁଖରେ ଆମ୍‌ ଆଦମୀ ପାର୍ଟି ଦ୍ୱାରା ଗୁରୁବାର ଦିନ ଗଣଧାରଣା ଦିଆଯାଇଛି । ୧୬ ଗୋଟି ବିଭିନ୍ନ ସମସ୍ୟାକୁ ନେଇ ଏହି ଗଣଧାରଣା ଦିଆଯାଇଛି । ଗତ ଡିସେମ୍ବର ୨୪ରେ ସହରର ୧୬ ଗୋଟି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ବଲାଙ୍ଗିରଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଥିଲା କିନ୍ତୁ ତାର କୌଣସି ସମାଧାନ ନହେବାରୁ ଆଜି ଗଣଧାରଣାରେ ସାମିଲ ହୋଇଥିବା ଆମ୍‌ ଆଦମୀ ପାର୍ଟି ଜିଲ୍ଲା ସଂଯୋଜକ ସୁରଥ ବେହେରା ସୂଚନା ଦେଇଛନ୍ତି । ୧୬ ଗୋଟି ଦାବୀ ମଧ୍ୟରେ ସହରରେ ବସବାସ କରୁଥିବା ଗରିବ ବସ୍ତି ବାସିନ୍ଧାଙ୍କୁ ଓଡିଶା ବସ୍ତି ବାସିନ୍ଧା ଭୂମି ଅଧିକାର ଅଧିନିୟମ ୨୦୧୭ ସର୍ତ୍ତାବଳିରେ ହିତାଧିକାରୀମାନଙ୍କୁ ଯୋଗ୍ୟ ପ୍ରମାଣ ପତ୍ର ଦେଇ ଏନ୍‌ଏସିର ୟୁଜର ଫିଜ ବାବଦକୁ ୫୦୦ଟଙ୍କା ନିଆଯାଇଛି ହେଲେ ଜମି ଦିଆଯାଇ ନାହିିଁ କି ଘର ଦିଆଯାଇ ନାହିଁ । କଂଟାବାଂଜି, ବଙ୍ଗୋମୁଣ୍ଡା, ମୁରିବାହାଲ ତହସିଲ ଅଂଚଳରେ ବସବାସ କରୁଥିବା ପଟ୍ଟାଦାର ମାଲିକାନା ଜମିକୁ ରୟତି ମାଲିକାନା କରାଯାଉ । ସହରରେ ସମସ୍ତ ୧୬ ଗୋଟି ୱାର୍ଡରେ ପାଇପ ପାଣି ଯୋଗାଯାଉ । ଯଥା ଶୀଘ୍ର ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ଅସହାୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉ । ସ୍କୁଲ କଲେଜରେ ଖେଳପଡିଆ ଶୌଚାଳୟ ବ୍ୟବସ୍ଥା କରାଯାଉ । ପ୍ରତ୍ୟେକ ସ୍କୁଲ କଲେଜକୁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଉ । ପ୍ରତ୍ୟେକ ୱାର୍ଡର ନାଳନର୍ଦ୍ଦମା ଓ ରାସ୍ତା ସଫା କରାଯାଉ । ପଂପୁ ତଲାବର ପୁନଃରୁଦ୍ଧାର କରାଯାଉ । ଜନଗହଳି ଓ ସର୍ବ ସାଧାରଣ ସ୍ଥାନରେ ଶୌଚାଳୟ ନିର୍ମାଣ କରାଯାଉ । ରାସନ କାର୍ଡରୁ ବାଦ୍‌ ପଡିଥିବା ହିତାଧିକାରୀଙ୍କୁ ସାମିଲ କରାଯାଉ । ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ ବିଜୁଳି ମାଗଣା ଦିଆଯାଉ । ବୁଲା ଗାଈଗୋରୁ ଏବଂ କୁକୁରମାନଙ୍କ ସୁରକ୍ଷାର ଉଚିତ ବ୍ୟବସ୍ଥା କରାଯାଉ । ସହରର ଟ୍ରାଫିକ ସମସ୍ୟାକୁୁ ନିୟନ୍ତ୍ରଣ କରିବା ସହିତ ବଡ ବଡ ମାଲବାହି ଗାଡି, ହାଇୱାକୁ ନିର୍ଦ୍ଧିଷ୍ଟ ସମୟ ଯାଏ ବନ୍ଦ କରାଯାଉ । ସାପ୍ତାହିକ ବଜାରରେ ଦୁଇଚକିଆ ଯାନ ଷ୍ଟାଣ୍ଡ ଏବଂ ଶୌଚାଳୟ ନିର୍ମାଣ କରାଯାଉ । ରାସ୍ତା ଘାଟରେ ଉଠା ପନିପରିବା ଦୋକାନୀମାନଙ୍କୁ ଏନ୍‌ଏସି ଦ୍ୱାରା ନିର୍ମିତ ବଜାର ପ୍ରାଙ୍ଗଣରେ ଉନ୍ନୀତ କରାଯାଉ । କଂଟାବାଂଜି ୱାର୍ଡ ନଂ. ୧୪ରେ ଥିବା ମିନି ଷ୍ଟାଡିୟମକୁ କାର୍ଯ୍ୟକ୍ଷମ କରାଯାଉ । ସମସ୍ତ ଦାବୀ ଗୁଡିକ ପୁରଣ ନ ହେବା ଯାଏ ତହସିଲ ଅଫିସ ସମ୍ମୁଖରେ ଗଣଧାରଣା ଅନିର୍ଦ୍ଧିଷ୍ଠ କାଳ ଯାଏ ଚାଲୁ ରହିବ ବୋଲି ସଂଯୋଜକ ବେହେରା କହିଥିବା ବେଳେ ଆଜିର ଏହି ଖବର ଲେଖିବା ଯାଏ ସନ୍ଧ୍ୟା ୫ଟା ଯାଏ ସମ୍ମୁଖରେ ସାମିଲ ଥିଲେ । ଆଜିର ଗଣଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ହାଡୁ ଛତ୍ରିଆ, ଡୋଳାମଣି ମହତ, ଶିବରାମା ଲତା ସାହୁ, ଟୁକେଶ୍ୱର ବାଗ, ରମେଶ ସାବତ ସହ ଅନେକ ମହିଳା ଓ ପୁରୁଷ ସାମିଲ ଥିଲେ ।

Leave A Reply

Your email address will not be published.

seventeen − 4 =