ମୁରିବାହାଲ ଡ଼ିଗ୍ରୀ କଲେଜରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଯୁକ୍ତ ୩ ଡ଼ିଗ୍ରୀ ମହାବିଦ୍ୟାଳୟରେ ନେହେରୁ ଯୁବକେନ୍ଦ୍ର, ବଲାଙ୍ଗିର ଆନୁକୂଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ତାଲିମଦାତା ଅଶୋକ କୁମାର ମେହେର ତାଲିମ ପ୍ରଦାନ କରିଥିଲେ । ଚକାଡୋଳା ସ୍ୱେଚ୍ଛାସେବୀ ସଂସ୍ଥା, ସତିଘାଟର ସଭାପତି ଜିତେନ୍ଦ୍ରୀୟ ଖମାରୀ ଏଥିରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଦସ୍ୟ ନରୋତ୍ତମ ତାଣ୍ଡି ଅତିଥି ପରିଚୟ ତଥା ସମ୍ପାଦକ ଆଶିଷ କୁମାର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 − 8 =