om academy

ସୋମ୍ୟସେବା ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଶୃଙ୍ଖଳ ଭାଙ୍ଗିବାକୁ ସରକାର ଚଉଦ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଏହା ମହାମାରୀର ପ୍ରକୋପରୁ ରାଜ୍ୟକୁ ରକ୍ଷା କରିବା ନେଇ ଆଶା ପ୍ରକାଶ କରାଯାଉଛି । କିନ୍ତୁ ଲକଡଉନ ଯୋଗୁଁ ସମାଜର ଖଟିଖିଆ ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି । ଲକଡଉନ ଯୋଗୁଁ କାମଧନ୍ଧା ବନ୍ଦ ଥିବାବେଳେ ଅନେକେଙ୍କ ଘରେ ଚୁଲି ଜଳିବା ମୁସ୍କିଲ ହୋଇ ପଡିଛି । ଏଭଳି ସ୍ଥିତିରେ ସୋମ୍ୟସେବା ଫାଉଣ୍ଡେସନ ସେମାନଙ୍କୁ ସାହାଯ୍ୟର ହାତ ବଢାଇଛି । ଗତକାଲି ଫାଉଣ୍ଡେସନ ତରଫରୁ ସହରର ବିଭିନ୍ନ ଅଂଚଳରେ ଏ ବର୍ଗର ଲୋକଙ୍କୁ ଚିହ୍ନଟ କରାଯାଇ ଖାଦ୍ୟ ସାମଗ୍ରି ବଣ୍ଟନ କରାଯାଇଛି । ପ୍ରତ୍ୟେକ ପ୍ୟାକେଟରେ ଡାଲି, ଚାଉଳ, ପାଉଁରୁଟି, ବିସ୍କୁଟ ଇତ୍ୟାଦି ରହିଛି । ସାରା ଦେଶରେ ମହାମାରୀ ଯୋଗୁଁ ହା ହା କାର ହେଉଥିବା ବେଳେ ମାନବ ସମାଜ ଧର୍ୟ୍ୟ, ନିୟମର କଡାକଡି ପାଳନ ଓ ପରସ୍ପର ସହଯୋଗରେ ହିଁ ଏହି ଯୁଦ୍ଧ ଜିତି ପାରିବ । ତେବେ ସୋମ୍ୟ ସେବା ଫାଉଣ୍ଡେସନ ଆସନ୍ତା ୧୪ ଦିନ ଯାଏଁ ସମାଜ ପ୍ରତି ନିଜର କର୍ତ୍ତବ୍ୟ ଜାରି ରଖିଥିବ ବୋଲି ଫାଉଣ୍ଡେସନ ତରଫରୁ କୁହାଯାଇଛି । ଅନ୍ୟ ପକ୍ଷରେ ଗରିବ ଅସହାୟ ଏହି ସମୟରେ ସାହାଯ୍ୟ ପ୍ୟାକେଟ ପାଇ ଫାଉଣ୍ଡେସନକୁ ବେଶ ପ୍ରସଂଶା କରିଛନ୍ତି ।

Leave A Reply

Your email address will not be published.