om academy

ସୋଢ଼ା ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ଇଲୋକ୍ଟୋନିକ୍ସ ମିଡ଼ିଆ, ଗଣମାଧ୍ୟମରେ ମହାମାରୀ କରୋନାର କାୟା ବିସ୍ତାର ସମ୍ପର୍କରେ ଖବର ପ୍ରସାରଣ ଖବର ପାଇଲା ପରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଟେମେରି ଗ୍ରାମ ପଞ୍ଚାୟତ ସୋଢା ଗ୍ରାମରେ ଏକ ସଚେତନତା ସଭା ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଡକାଇ ଲୋକଙ୍କୁ ମହାମାରୀ କରୋନାର ଦ୍ୱିତୀୟ ଲହର ସମ୍ପର୍କରେ ସୂଚିତ ସାଙ୍ଗକୁ ସାମାଜିକ ଦୂରତା ଅବଲମ୍ବନ, ମାକ୍ସ ସଦାସର୍ବଦା ବ୍ୟବହାର, ବାରମ୍ବାର ହାତ ଧୋଇବା ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଜନ ଜାଗରଣ ଏକାନ୍ତ ଆବଶ୍ୟକ ବୋଲି ଉପସ୍ଥିତ ଗାଁ ଲୋକଙ୍କୁ ଅଜଥାରେ ବୁଲାବୁଲି ନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଆଜି ଗ୍ରାମର କେତେକ ସ୍ବେଚ୍ଛାସେବୀ ଯୁବକ ଗାଁରେ ଗ୍ରାମବାସୀଙ୍କ ଦ୍ୱାରା ସଂଗୃହୀତ ପଇସା ତଥା ଗାଁ କଲ୍ୟାଣ ସମିତି ସୋଢାଙ୍କ ସାହାଯ୍ୟ ରାଶିରେ ସେନିଟ୍ରାଇଜର ଲିକ୍ୟୁଇଡ ଏବଂ ବ୍ଳିଚିଙ୍କ ପାଉଡର ବଜାରରୁ କିଣିଆଣି ସୋଢା ଗ୍ରାମରେ ଥିବା ଏକମାତ୍ର ସ୍କୁଲରୁ ବାହାରି ନିଜ ଗ୍ରାମକୁ ସ୍ପ୍ରେ ମେସିନ୍ ସାହାଯ୍ୟରେ ଗଳିକନ୍ଦି ଠୁ ଆରମ୍ଭ କରି ଗାଁକୁ ଖୁବ ସୁନ୍ଦର ଭାବେ ବିଶୋଧିତ କରିଥିବାର ଦେଖାଦେଇଛି । ଏହି ଅଞ୍ଚଳ ପାଇଁ ଏହା ଏକ ଉଦାହରଣ । ଏହି ମହତ ପ୍ରୟାସରେ ସର୍ବଶ୍ରୀ ଶ୍ୟାମ ରଣା, କୁବେର ରଣା, ବସନ୍ତ ବରିହା, ଅରକ୍ଷିତ ବାଗ, କୃପା ପ୍ରଧାନ, ଭୀଷ୍ମ ବେହେରା, ଗୋବିନ୍ଦ ସେଠ, ଫଟୁ ଲୁହାର, ଯୁଗେ ରଣା, ଭୀଷ୍ମ ବନଛୋର, ପୂର୍ଣ୍ଣ ରଣା ପ୍ରମୁଖ ଶ୍ରମ ଦାନ କରିଥିଲେ ।

Leave A Reply

Your email address will not be published.