ମାଘ ବୁଡ ପାଇଁ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ସମାଗମ

କୋଣାର୍କ : ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ପବିତ୍ର ମାଘ ବୁଡ ପକାଇବା ପାଇଁ ଶୁକ୍ରବାର ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ବାଉଁଶ କଣିରେ କୁଡ଼ିଆ ତିଆରି କରି ମେଳାପଡିଆରେ ବିଶ୍ରାମ ନେଇ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁମାନେ । ନିଷ୍ପତ୍ତି ଅନୁଯାୟୀ ଶ୍ରୀଶ୍ରୀ ତ୍ରିବେଣୀଶ୍ୱର, ଇସାଣେଶ୍ୱର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ରାତି ୮ଟା ପରେ ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.