ସଇଁତଳାରେ ଶୀତଳଷଷ୍ଠୀ ମହୋତ୍ସବ ମହାଆଡମ୍ବର ସହ ସମ୍ପନ୍ନ : ବାଇ ଓ ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ

ସଇଁତଳା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଳା ସହରରେ ଗତ ୨ ଦିନ ଧରି ମହାଆଡମ୍ବର ସହ ଶୀତଳ ଷଷ୍ଠୀ ମହୋତ୍ସବ ଚାଲିଥିବା ବେଳେ ଆଜି ସମ୍ପନ୍ନ ହୋଇଯାଇଛି । ଗତ ୪ ତାରିଖ ପ୍ରଥମ ଦିନରେ ଭୁବନେଶ୍ୱର ବାବାଙ୍କ ଠାରେ ରୁଦ୍ରାଭିଷେକ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ସନ୍ଧ୍ୟାରେ ସ୍ଥାନୀୟ ଶିବ ମନ୍ଦିର ପରିସରରୁ ପ୍ରଭୁ ମହାଦେବ ଏକ ବିଶାଳ ଶୋଭାଯାତ୍ରାରେ ଘଣ୍ଟ, ବାଜା, ସଂକୀର୍ତନ ଓ ଆଦିବାସୀ ନୃତ୍ୟ ମାଧ୍ୟରେ ପାର୍ବତୀଙ୍କ ଘର ନବୀନ ଛକ ବରାନୁଗମନ ବାହାରିଥିଲେ । ବରାତି ଯିବା ବାଟରେ ସାହୁ ସମାଜ ତଥା ବିଭିନ୍ନ ଛକ ସ୍ଥାନ ଗୁଡିକରେ ଶ୍ରଦ୍ଧାଳୁମାନେ ପାନୀୟ ଜଳ, ସରବତ କରି ଲୋକମାନଙ୍କୁ ପିଇବାର ବ୍ୟବସ୍ଥା କରିଥିଲେ । ପାର୍ବତୀଙ୍କ ଘରକୁ ପହଂଚିବା ପରେ କନ୍ୟା ପିତା ଓ ପରିବାର ଲୋକେ ଆସି ମହାଦେବ ଶିବ ରୀତିନୀତି ଅନୁଯାୟୀ ଘରକୁ ଆଣିଥିଲେ ରାତି ୧୧ ଘଣ୍ଟା ସମୟରେ ଶିବ ଓ ପାର୍ବତୀଙ୍କ ବିବାହ ପାଣିଗ୍ରହଣ ଅନୁଷ୍ଠିତ ହୋଇଥିଲା । ଏହାର ପରବର୍ତୀ ଦିନ ତଥା ଗତ ରବିବାର ଦିନ ସନ୍ଧ୍ୟାରେ ଦେବଦମ୍ପତ୍ତିଙ୍କ ବର ବାସଭବନଙ୍କୁ ବିଦାୟ କରାଯାଇଥିଲା । ଏହି ଉତ୍ସବରେ ୮ ଗୋଟି ମହିଳା ସଂକୀର୍ତ୍ତନ ଦଳ, ଆଦିବାସୀ ନୃତ୍ୟ, ବାଇ ନୃତ୍ୟ, ଘଣ୍ଟ ବାଜା ମାଧ୍ୟରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ବରଙ୍କ ଗୃହକୁ ପହଂଚିଥିଲେ । ଏହି ଶୋଭାଯାତ୍ରାରେ ସହରବାସୀ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦେବଦମ୍ପତ୍ତିଙ୍କ ଶୁଭ ପରିଣୟ ଉତ୍ସବରେ ସାମିଲ ହୋଇଥିଲେ । ଏଥିରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ତାଙ୍କ ଧର୍ମପତ୍ନୀ ତଥା ବ୍ଲକ ଅଧ୍ୟକ୍ଷା ମୋନିକା ସିଂଭୋଇଙ୍କ ପ୍ରଥ୍ୟକ୍ଷ ତତ୍ୱାବଧାନରେ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶ୍ରୀ ସିଂ ଭୋଇ, ଶ୍ରୀମତି ସିଂ ଭୋଇ, ନାରାୟଣ ସାହୁ, ଜୟନ୍ତୀ ସାହୁ ବର ପିତାମାତା ଏବଂ ଗୋପାଳ ନାଗ ଯାଦବ, ଗୁଲାପି ନାଗ ଯାଦବ କନ୍ୟା ପିତାମାତା ଦାୟିତ୍ୱ କାର୍ଯ୍ୟ ତୁଲାଇ ଥିଲେ । ପଣ୍ଡିତ କିରଣ ମିଶ୍ର ଓ ମନ୍ଦିର ପୂଜକ ଶୁଭେନ୍ଦୁ ବନମାଳୀ ପୁରୋହିତ ଭାବେ ବିବାହ କାର୍ଯ୍ୟ ସମ୍ପାଦନ କରାଇଥିବା ବେଳେ ବିବାହ ସମୟରେ ସଇଁତଳା ସରପଞ୍ଚ ସୁବ୍ରତ ନାଗ, ଡେଙ୍ଗ ସମିତି ସଭ୍ୟ ସିମରନ ସିଂ ଭୋଇ, ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ଦେବେନ୍ଦ୍ର ଯୋଶୀ, ବୁବୁନ ପାଣିଗ୍ରାହୀ, ସତ୍ୟ ସାହୁ, ପ୍ରଦୀପ ବାଗ, ସୁନୀଳ ସେଠ, ମୁନୁ ପୁଟେଲ, ରାକେଶ ସାହୁ, କାଳୁ ଅଗ୍ରୱାଲ, ଶ୍ରୀକାନ୍ତ ଯୋଶୀ, ବାଦଲ ଅଗ୍ରୱାଲ, ସଚିକାନ୍ତ ସାହୁ, ଭକ୍ତ ନାଏକ, ଚନ୍ଦ୍ର ସାହୁ, ସୁଶାନ୍ତ ସାହୁ, ଅମୃତ ଦଣ୍ଡସେନା, ଯୁବରାଜ ନାଏକ, ବିକ୍ରମ ସା, ଡେଙ୍ଗା ସାହୁ, ମୃତ୍ୟୁଞ୍ଜୟ ସାହୁ, ଗରୁଡ ନାଗ, ଅନି ରାଓ , ଆନନ୍ଦ ନାଗଙ୍କ ସମେତ ବିଭିନ୍ନ ପଡାର ଯୁବକ ତଥା ସହରବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଶୀତଳ ଷଷ୍ଠିରେ ସଇଁତଳା ତଥା ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଶିବ ପାର୍ବତୀଙ୍କୁ ଦର୍ଶନ କରି ବେଶ ଉତ୍ସାହ ଦେଖା ଦେଇଥିଲା ।

jittmm
Leave A Reply

Your email address will not be published.