pakka

ବିଶ୍ୱ ପରିବେଶ ଦିବସରେ କବିତା ପାଠ

bbehera

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଯଯାତି, ଯୁକ୍ତିପ୍ରକାଶ ଓ ଚୋଳଗଙ୍ଗଙ୍କ ଶୁଭ ବ୍ରତୋପନୟ ଅବସରରେ ବିଶ୍ୱ ପରିବେଶ ଦିବସ ପାଳନ ସହିତ ପରିବେଶ ଭିତ୍ତିକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି ।ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାରତୀୟ ଶିକ୍ଷଣ ମଣ୍ଡଳର ପଶ୍ଚିମ ଓଡିଶା ପ୍ରାନ୍ତର ପ୍ରଭାରୀ ଡ.ଉମେଶ ସିଂ ମୁଖ୍ୟ ଅତିଥି, କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବଡମାଳୀ ମୁଖ୍ୟବକ୍ତା, ହାସ୍ୟବ୍ୟଙ୍ଗ କବି ସ୍ୱପ୍ନେଶ୍ୱର ମିଶ୍ର, ଡ.ଯୁଗଳ କିଶୋର ଷଡ଼ଙ୍ଗୀ, ଜୟପୁରର କବୟିତ୍ରୀ ରାଜେଶ୍ୱରୀ ନନ୍ଦ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ ।ମଞ୍ଚାସୀଧନ ଅତିଥି ମାନେ ଜଙ୍ଗଲ ସୃଷ୍ଟି କରିବା ଉପରେ ଆଲୋକପାତ କରିଥିଲେ ।ଚ ଳିତ ବର୍ଷ କବୟିତ୍ରୀ ସବିତା ଭୋଇ ବଲାଙ୍ଗିର ଜିଲ୍ଲା ପରିବେଶ ସମିତି ତରଫରୁ ପ୍ରକୃତି ବନ୍ଧୁ ସମ୍ମାନ ପାଇ ଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିର୍ଝରିଣୀର ସଂପାଦକ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ସ୍ୱ।ଗତ ଅଭିଭାଷଣ ଓ ପ୍ରକୃତିବନ୍ଧୁ ଜ୍ୟୋତିପ୍ରକାଶ ଗଡତ୍ୟା ମଞ୍ଚ ପରିଚାଳନା କରିଥିଲେ । ପରେ ସଞ୍ଜୁକ୍ତା ପରିଚ୍ଛା, ସବିତା ଭୋଇ, ଅଞ୍ଜଳି ମାଝୀ, ଧୀରାମଣି ଦାସ,ଶ୍ୟାମ ସୁନ୍ଦର ଗୁରୁ, ପ୍ରକୃତି ବନ୍ଧୁ ଡୋଳାମଣି ମହତ, ଉମେଶ ବେହେରା, ରମେଶ ବାରିକ, ବିନୟ କୁମାର ଦାଶ, ବୃନ୍ଦାବନ କୁମ୍ଭାର, ଯଶୋବନ୍ତ ସାହୁ, ଦିଲ୍ଲୀପ ପଶାୟତ, ଭିକାରୀ ମିଶ୍ର, ସସ୍ମିତା ଷଡ଼ଙ୍ଗୀ, ପ୍ରଦୀପ କୁମାର ଦାଶ, କୁଞ୍ଜ ବିହାରୀ ସରାଫ, ଡ.ନାରାୟଣ ମିଶ୍ର, ସାଧବୀ ସାହୁ, ଡ.ଗୋବର୍ଦ୍ଧନ ନାୟକ, ନିରଞ୍ଜନ ବେହେରା, ଯାଜ୍ଞସେନୀ ହୋତା, ପ୍ରଭାସିନୀ ଠାକୁର, ବିଭୁଦତ୍ତ ସାହୁ, ରବିନାରାୟଣ ତ୍ରିପାଠୀ ସମେତ ପଚାଶରୁ ଅଧିକ କବି ପରିବେଶ ଭିତ୍ତିକ କବିତା ପାଠ କରିଥିଲେ । ଶେଷରେ କବି ମଧୁସୂଦନ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

thirteen − 6 =