pakka

ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ଜେଏସ୍ଏମ୍ କଲେଜ ଦ୍ୱାରା ଥଣ୍ଡା ପାନୀୟ ଜଳ ବା ସରବତ ବଣ୍ଟନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ବର୍ଷ ପରେ ଏ ବର୍ଷ କରୋନା କଟକଣା ନଥିବା ଯୋଗୁଁ ବଲାଙ୍ଗିରରେ ପାଳିତ ହେଉଛି ଶୀତଳଷଷ୍ଠୀ ତଥା ଶିବ ବିବାହ । ଅନେକ ପର୍ଯ୍ୟଟକ ମଜା ନେଉଥିବା ବେଳେ ଶିବ ଏବଂ ପାର୍ବତୀଙ୍କ ବିବାହ ଶେଷ ପର୍ଯ୍ୟାୟରେ ଉପନୀତ । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଜେଏସ୍ଏମ୍ କଲେଜର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ବା ସରବତ ବଣ୍ଟନ କରାଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ଜେଏସ୍ଏମ୍ କଲେଜର ଅଧକ୍ଷ୍ୟ ସି.ଏ ଶ୍ରୀକାନ୍ତ ଶର୍ମା ମଧ୍ୟ ଯୋଗଦାନ କରି ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ ପ୍ରଦାନ କରିଥିଲେ । ଅନ୍ୟପଟେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଏହି ପ୍ରଚଣ୍ଡ ଖରା ସମୟରେ ଥଣ୍ଡା ପାନୀୟ ଜଳ ବା ସରବତ ପାଣି ପିଇବାକୁ ପାଇ ଖୁସି ବ୍ୟକ୍ତ କରିବା ସହ କଲେଜକୁ ଧନ୍ୟବାଦ ଜଣାଇଥିଲେ ।

jay balangir
Leave A Reply

Your email address will not be published.

16 − nine =