pr

ଆୟୁଧ ନିର୍ମାଣୀର ରାଷ୍ଟ୍ରୀୟ ଅଧିବେଶନରେ, ରାଷ୍ଟ୍ରୀୟ ଯୁଗ୍ମ ସମ୍ପାଦକ ଦେବାଶିଷ ଓ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଜ୍ଞାନରଞ୍ଜନ ମନୋନୀତ

dr. purohit

ସଇଁତଲା, (କେପିଏନ୍‌ଏସ୍‌) : କଲିକତାର ରାଇଫଲ ଆୟୁଧ ନିର୍ମାଣୀ ଇଶାପୁର ଠାରେ ଗତ ୨ ଦିନ ଧରି ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲା ବଡ଼ମାଳ ଆୟୁଧ ନିର୍ମାଣୀର ରାଷ୍ଟ୍ରୀୟ ଯୁଗ୍ମ ସମ୍ପାଦକ ଭାବରେ ଦେବାଶିଷ ସାହୁ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଜ୍ଞାନ ରଞ୍ଜନ ଲେଙ୍କା ମନୋନୀତ ହୋଇଛନ୍ତି । ପରେ ଖମାରିଆର ଆୟୁଧ ନିର୍ମାଣୀର ବିବେକ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗ୍ରୁପ ବି ଅଣଗେଜେଟେଡ଼ କେଡ଼ର ଥିବା ବିଭିନ୍ନ ସମସ୍ୟା ସମ୍ପର୍କ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟତଃ ନୂତନ ପେନସନକୁ ରଦ୍ଦ କରି ପୁରୁଣା ପେନସନ ଲାଗୁ କରିବା, ଅଷ୍ଟମ ବେତନ କମିଶନରେ ସଠିକ ଭାବରେ ଫେ ଗ୍ରେଡ଼ ଲାଗୁକରିବା ଇତ୍ୟାଦି ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏହି ରାଷ୍ଟ୍ରୀୟ ଅଧିବେଶନରେ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ଏଥିରେ ବିବେକ ଶର୍ମା ପୁଣି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ପୁନଃ ମନୋନୀତ ହୋଇଥିବା ବେଳେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ସୌମ୍ୟ ରଞ୍ଜନ ପରିଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବରେ ଆନନ୍ଦ ପ୍ରକାଶ ସିଂ, ସୋମନାଥ ଦାସ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ଜଣାଯାଇଛି । ଏହି ସମୟରେ ବଡ଼ମାଳ ଏନଡିଏନଜିଏସଏ ଶାଖାର ରାଜେନ୍ଦ୍ର ଗୌଡ଼, ଉପ ସଭାପତି କିରଣ କୁମାର ଦାସ ପ୍ରମୁଖ ରାଷ୍ଟ୍ରୀୟ ଅଧିବେଶନରେ ଉପସ୍ଥିତ ଥିଲେ । ଉକ୍ତ ରାଷ୍ଟ୍ରୀୟ କର୍ମକର୍ତ୍ତା ବଡ଼ମାଳ କାରଖାନାକୁ ପହଂଚିବା ପରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏଥିରେ ସଂଗଠନର ସାଧାରଣ ସମ୍ପାଦକ ରାଜୀବ ଲୋଚନ ମିଶ୍ର ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ସାମିଲ ଥିଲେ ।

nrusinghnath
Leave A Reply

Your email address will not be published.