jsm

ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ସ୍ଵତନ୍ତ୍ର ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡ଼ା ସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଶେଷଦେବ ମେହେରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଡଃ. ପ୍ରମୋଦ ପାଢ଼ୀ, ଜିତେନ୍ଦ୍ରିୟ ଗୁରୁ, ଅଶୋକ ବହିଦାର, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ନିରୋଜ ଦୋରା, ସନ୍ତୋଷ ମହାନ୍ତି, ରାଜେନ୍ଦ୍ର ମହାନ୍ତି, ପ୍ରମୋଦ ନାଥ, ସଂଜୀବ ବହିଦାର, ସନ୍ତୋଷ ସିଂ ଠାକୁର, କିଶୋର ପାତ୍ର, ଚୂଳ ସୁନ୍ଦର ମେହେର, ଟେନେସ ପଣ୍ଡା, ମୋହନ ବନଛୋର୍, କୁଞ୍ଜବିହାରୀ ସରାଫଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଥମେ ସାହିତ୍ୟ ଘରର ପ୍ରଥମ ସଭାପତି ଦିବଂଗତ ମାନଭଞ୍ଜନ ପ୍ରଧାନ ଓ ଏଡ୍‌ଭୋକେଟ୍ ସୁବାସ ଯୋଶୀଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ନୂତନ କମିଟି ଗଠନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଲୋଚନା ହୋଇଥିଲା ଓ ଆସନ୍ତା ଶନିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ କମିଟି ପୁନଃଗଠନ ହେବ ବୋଲି ଡଃ. ପାଢ଼ୀ ମତବ୍ୟକ୍ତ କରିଥିଲେ । ପରିଶେଷରେ ପ୍ରୀତିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.