ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଠାରେ ୬୫ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଠାରେ ୬୫ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଯୋଗଦେଇ ସହିଦ ସ୍ମୃତି ସ୍ମାରକୀ ମଣ୍ଡପରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଚଳିତ ବର୍ଷ ସହିଦ ଦିବସ ଅବସରରେ ଓଡିଶାର ୨ ଜଣ ଏବଂ ସମଗ୍ର ଗଞ୍ଜାମ ଜିଲ୍ଲାରେ ୨୧୬ ଜଣ ପୋଲିସ କର୍ମଚାରୀଙ୍କ ଜୀବନ ଉତ୍ସର୍ଗ କରିଛନ୍ତି । ସେମାନଙ୍କ ନାମ ଆରକ୍ଷୀ ଅଧୀକ୍ଷକ ପାଠ କରି ସେମାନଙ୍କ ବୀରତ୍ୱକୁ ପ୍ରଶଂସା କରିଥିଲେ । ଅତିରିକ୍ତ ଏସ୍‌ପି ରାଜୀବ ଲୋଚନ ପଣ୍ଡା, ଡିଆଇବି ଡିଏସ୍‌ପି ରଞ୍ଜନ କୁମାର ଦେ, ଛତ୍ରପୁର ଏସ୍‌ତିପିଓ ଗୌରହରି ସାହୁ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କାଜୁ ଚରଣ ବେହେରା, ଛତ୍ରପୁର ଆନା ଅଧୁକାରୀ ନିରୋଦ ଦାଶ, ହାବିଲଦାର ଓ କନଷ୍ଟେବଳ ସଂଘ ସଭାପତି ଗୋରାଚାନ୍ଦ ତ୍ରିପାଠୀ ସହିଦଙ୍କ ସ୍ମୃତିଚାରଣ କରିଥିଲେ । ଏକେ ଗୌଡ, ବିଜୟ ବିଷୋୟୀ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରଞ୍ଜିତ ବାର୍ଲା, ମନୋର ତରାଇ, ସନ୍ତୋଷ ସାହୁ, ସଫାଳିତ ଖାନ, ଓଏସ୍ଏପିର ଅବସରପ୍ରାପ୍ତ ଅଧିକାରୀ ପ୍ରମୁଖ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.