jayashree

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସହାୟତା ଦାବି

ତୁରେକେଲା, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଯୋଗୁଁ ତୁରେକେଲା ବ୍ଲକ ଘୁନେସ ପଞ୍ଚାୟତ ଅନ୍ତର୍ଗତ ଖୁଜେନ ଗାଁର ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କ ଘର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଘର ଭାଙ୍ଗିଯିବା ପରେ ପରିବାରଟି ଦୁର୍ଦ୍ଦଶାରେ ଦିନ କାଟୁଥିବା ଜଣାପଡ଼ିଛି । ଖୁଜେନ ଗାଁର ମହେଶ୍ୱର ସୁନା (୬୦) ଜଣେ ପାରାଲିସିସ୍‌ରେ ପୀଡ଼ିତ ବ୍ୟକ୍ତି । ତାଙ୍କ କହିବା ଅନୁସାରେ, ସେ ବର୍ତ୍ତମାନ ମାସିକ ୧୨୦୦ ଟଙ୍କା ଭତ୍ତା ପାଉଛନ୍ତି । ଏହି ଅଳ୍ପ ଅର୍ଥରେ ଦୈନନ୍ଦିନ ଜୀବନ ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ମହେଶ୍ୱରଙ୍କ କହିବା ଅନୁଯାୟୀ, ଭତ୍ତା ଅତିକମ୍‌ରେ ୩୫୦୦ ଟଙ୍କାକୁ ବୃଦ୍ଧି କରାଗଲେ ପରିବାର ଚଳାଇବାରେ କିଛି ସହାୟତା ମିଳିପାରନ୍ତା । ଲଗାଣ ବର୍ଷାରେ ଘର ଭାଙ୍ଗିଯାଇଥିବାରୁ ପ୍ରଶାସନ ପକ୍ଷରୁ ଘର ମରାମତି କିମ୍ବା ଆବାସ ଯୋଜନାରେ ସହାୟତା ସହ ତାଙ୍କ ଭତ୍ତା ସମସ୍ୟାର ସମାଧାନ କରିବାକୁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.