
ବଲାଙ୍ଗିର, (କେପିଏନ୍ଏସ୍) : ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ବଲାଙ୍ଗିର ଅବକାରୀ ବିଭାଗ। ବଲାଙ୍ଗିର ସହରର ଭାଗିରଥି ଛକ ନିକଟରେ ମହାଲକ୍ଷ୍ମୀ ନାମକ ବେସରକାରୀ ବସରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗର ସ୍ପେଶାଲ ଟିମ୍ ଚଢ଼ାଉ କରିଥିଲା । ଯାହା ଫଳରେ ୪ ପକେଟ୍ ଗଞ୍ଜେଇ ବାହାରିଥିବା ବେଳେ ଜଣେ ମହିଳା ସମେତ ୫ ଜଣଙ୍କୁ ଅବକାରୀ ପୋଲିସ ଅଟକ ରଖିଥିବା ନେଇ ଜଣାପଡିଛି । ବସ୍ଟି ତୁଷୁରା ପଟୁ ବଲାଙ୍ଗିର ଆସିଥିଲା ଆଉ ବଲାଙ୍ଗିର ଦେଇ ବରଗଡ଼ ଯାଉଥିଲା । ବିଶ୍ୱସ୍ତ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇଥିଲା ଆଉ ମହାଲକ୍ଷ୍ମୀ ବସ୍ (ଓଡ଼ି ୧୭ ୱାଇ ୬୪୨୮) କୁ ଯାଞ୍ଚ କରିଥିଲା, ଯାଞ୍ଚ ସମୟରେ ଜଣେ ମହିଳା ଓ ଗାଡ଼ି ଡ୍ରାଇଭର ହେଲପରଙ୍କ ସମେତ ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ରହିଛି । ବସ୍ ଭିତରୁ ୪ ପକେଟ୍ ଗଞ୍ଜେଇ ବାହାରିଥିବା ସୂଚନା ରହିଛି । ତେବେ କେତେ କେଜି ଗଞ୍ଜେଇ ରହିଛି ତାହା ସ୍ପଷ୍ଟ ଭାବେ ଜଣା ପଡିନାହିିଁ । ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି ।