
ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ସଭାପତି ତଥା ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ରାଉରକେଲା ଗସ୍ତ ଅବସରରେ ସେକ୍ଟର ୩ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନକୁ ଆସି ଅନୁଷ୍ଠାନର ଭଲମନ୍ଦ ସମ୍ପର୍କରେ ଅବଗତ ହୋଇଥିଲେ । ଏହି ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ୱରେ ଏକ ବୈଠକ କରାଯାଇ ଶ୍ରୀ ରାୟଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନୁଷ୍ଠାନ ତରଫରୁ ଶ୍ରୀ ରାୟଙ୍କୁ ମନ୍ଦିରର ପଶ୍ଚିମ ଫାଟକ ଖୋଲିବା, ଆଇନଗତ ବିବାଦ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶ୍ରୀ ରାୟ ଏହାର ଶିଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଖଡ଼୍ଗ ଭବନର ମଣ୍ଡପ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିବା ସହ ଶୁକଦେଇ ମହିଳା ଗୋଷ୍ଠୀର ମହିଳାମାନଙ୍କ ଦାବି ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ । ସେହିପରି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପଦେଷ୍ଟା ହରିହର ରାଉତରାୟ ଓ ସାଂସଦ ପ୍ରତିନିଧି ରଣଜିତ କୁମାର ନାୟକ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀ ରାୟ ମନ୍ଦିର ନିକଟରେ ପହଞ୍ଚିବା ପରେ ମହିଳା ସଦସ୍ୟମାନେ ହୁଳହୁଳି ଓ ଶଙ୍ଖ ଫୁଙ୍କି ତାଙ୍କୁ ଖଡ୍ଗ ଭବନ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ରବିନାରାୟଣ ପରିଡ଼ା, ସ୍ୱପ୍ନାରାଣୀ ଭଞ୍ଜଦେଓ, ତନୁ ପ୍ରଧାନ, ଶାନ୍ତିଲତା ବେହେରା, ତପସ୍ଵିନୀ ନାୟକ, ମଧୁସ୍ମିତା ପାତ୍ର, ଦୀପିକା ବିଶ୍ୱାଳ, ଶାନ୍ତିଲତା ବିଶ୍ୱାଳ, ଚାନ୍ଦମଣି ବେହୁରା, ଅକ୍ଷୟ କୁମାର ଦାସ, ସୁବ୍ରତ ମଲ୍ଲିକ, ନାରାୟଣ ଚନ୍ଦ୍ର ସାମଲ, ମହେନ୍ଦ୍ର ପ୍ରସାଦ ମଲ୍ଲିକ, ରଞ୍ଜନ ବିଶ୍ୱାଳ, କୁଞ୍ଜବିହାରୀ ରାଉତ, ଉଗ୍ରସେନ ବିଶ୍ୱାଳ, ଜଗନ୍ନାଥ ରାଉତ, ବିଭୁଦପ୍ରସାଦ ନାୟକ, ଭଜକୃଷ୍ଣ ସ୍ୱାଇଁ, ହୃଷିକେଶ ପରିଡ଼ା, ପ୍ରଫୁଲ୍ଲ କୁମାର ସିଂ, ନୀଳମଣି ଜେନା, କନକଲତା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମୁଖପାତ୍ର କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।