pakka

କୁର୍ଲୁବାହାଲ ଗ୍ରାମର ଅସହାୟ ଦୁର୍ବଳ ମାଝୀଙ୍କ ପରିବାରଙ୍କୁ ମୁରିବାହାଲ ଡ୍ରାଇଭର ମହାସଂଘର ସହାୟତା ପ୍ରଦାନ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମର ଗରିବ ଅସହାୟ ଅବସ୍ଥାରେ ଥିବା ଦୁର୍ବଳ ମାଝୀଙ୍କ ପରିବାରଙ୍କୁ ଓଡ଼ିଶା ଡ୍ରାଇଭର ମହାସଂଘ ମୁରିବାହାଲ ବ୍ଲକ ଶାଖା ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଦୁର୍ବଳ ମାଝୀଙ୍କ ପରିବାର ଅତ୍ୟନ୍ତ ଗରିବ ଓ ଅସହାୟ ଅବସ୍ଥାରେ କାଳାତିପାତ କରୁଥିବା ବେଳେ ସେ ନିଜର ଚାରିଜଣ ପୁଅଝିଅଙ୍କୁ ଭିକ୍ଷା ମାଗି ପରିବାର ପ୍ରତିପୋଷଣ କରିଥାନ୍ତି । ଏହା ଜାଣି ଅସହାୟ ଦୁର୍ବଳଙ୍କ ପରିବାର ନିକଟକୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ମୁରିବାହାଲ ବ୍ଲକ ଶାଖା ସଭାପତି ଭିକି ମହାରଣାଙ୍କ ନେତୃତ୍ୱରେ ଚଣାବାହାଲ ପଞ୍ଚାୟତ ଅଞ୍ଚଳର ଡ୍ରାଇଭର ମହାସଂଘର ସମସ୍ତ କର୍ମକର୍ତ୍ତା ପହଞ୍ଚି ଶୁଖିଲା ଖାଦ୍ୟ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହା ସହିତ ଦୁର୍ବଳଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ମଧ୍ୟ ଯୋଗାଇ ଦେବାକୁ ଡ୍ରାଇଭର ମହାସଂଘ କର୍ମକର୍ତ୍ତା ପ୍ରତିଶୃତି ଦେଇଛନ୍ତି । ମୁରିବାହାଲ ବ୍ଲକ ତଥା ପଞ୍ଚାୟତ ପ୍ରଶାସନ ତୁରନ୍ତ ଅସହାୟ ଦୁର୍ବଳଙ୍କ ପରିବାରଙ୍କୁ ରାସନ କାର୍ଡ ସହ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଓଡିଶା ଡ୍ରାଇଭର ମହାସଂଘ ମୁରିବହାଲ ବ୍ଲକ ଶାଖା ପକ୍ଷରୁ ଅନୁରୋଧ କରାଯାଇଛି ।

jay balangir
Leave A Reply

Your email address will not be published.

eighteen − 6 =