pakka

ରୋଗାଗ୍ରସ୍ତ ଝିଅ ପାଇଁ ସାହାଯ୍ୟ ଲୋଡିଲେ ମା’

bbehera

ଖଡ଼ିଆଳ, (ନିରାକାର ମେହେର) : ରୋଗାଗ୍ରସ୍ତ ଝିଅ ପାଇଁ ସାହାଯ୍ୟ ଲୋଡିଲେ ମା’ । ଆୟର କୌଣସି ପନ୍ଥା ନାହିଁ । କିଡ଼ନୀ ରୋଗରେ ସ୍ୱାମୀ ଚାଲିଗଲେ । ଏକମାତ୍ର ଝିଅ ଏବେ ରୋଗାଗ୍ରସ୍ତ । ସରକାରୀ ସହଯୋଗ ବି ମିଳିପାରୁନି । ଏଭଳି ଏକ ଘଟଣା ନଜରକୁ ଆସିଛି ଖଡ଼ିଆଳ ବ୍ଲକ ରିଷିଗାଁ ପଞ୍ଚାୟତର ସରଗାଦି ଗାଁରେ ।

ସୂଚନା ଅନୁସାରେ ସଂଗୀତା ବାଗଙ୍କ ସ୍ୱାମୀ ଜିତେନ୍ଦ୍ରଙ୍କ ୨୦୨୦ରେ କିଡ଼ନୀ ରୋଗରେ ମୃତ୍ୟୁ ​ହୋଇଥିଲା । ଏକମାତ୍ର ଝିଅର ମୁହଁ ଚାହିଁ ସ୍ୱାମୀଙ୍କ ବିୟୋଗକୁ ଭୁଲୁଥିବା ବେଳେ ଦୁଇ ବର୍ଷ ତଳେ ଝିଅର ଗୋଡ଼ ହାତ ଦରଜ ସହ ତାକୁ ଜ୍ୱର ହେଲା । ଏକମାତ୍ର ଝିଅ ରିୟାନଂସି ସିକଲିନ ପୀଡ଼ିତା ହେଲେ । ଚିକିତ୍ସା ପରେ ତାଙ୍କୁ ସିକଲିନ ହୋଇଥିବା ଜଣାପଡ଼ିଲା । ସିକଲିନ ରୋଗୀଙ୍କ ଦେହରୁ ରକ୍ତ କମି ଯାଉଥିବାରୁ ପ୍ରତିମାସରେ ରକ୍ତ ଦେବାକୁ ପଡ଼େ । ଖଡ଼ିଆଳ ଡାକ୍ତରଖାନାରେ ରକ୍ତ ଦେବାର ବ୍ୟବସ୍ଥା ନ ଥିବାରୁ ସଂଗୀତା ଝିଅକୁ ପ୍ରତି ମାସରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଅନ୍ତି । ପ୍ରତିଥର ଦୁଇ ପ୍ୟାକେଟ(ଦୁଇ ପଏଣ୍ଟ) ରକ୍ତ ଦେବାକୁ ପଡୁଥିବା ବେଳେ ଏବେ ଆର୍ଥିକ ବେଝେ ତାଙ୍କୁ ଅସମ୍ଭାଳ ହୋଇପଡୁଛି । ଏଥିପାଇଁ ଝିଅର ଚିକିତ୍ସା ନିମନ୍ତେ ସାହାଯ୍ୟ ଲୋଡୁଛନ୍ତି ମା’ ।

jay balangir
Leave A Reply

Your email address will not be published.

10 − nine =