ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସନ୍ଥ କବି ଭୀମ ଭୋଇ ଜୟନ୍ତୀ ପାଳିତ

  • ଭୀମ ଭୋଇ ଏକାଧାରରେ ଥିଲେ ସନ୍ଥ ଓ କବି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ପ୍ରାକ୍ ସୁବର୍ଣ୍ଣ ଜୟନ୍ତୀ ବର୍ଷ କ୍ରମରେ ସନ୍ଥ କବି ଭୀମ ଭୋଇ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥିମାନେ ଭୀମ ଭୋଇ ଏକାଧାରରେ ସନ୍ଥ ଓ କବି ଥିଲେ ବୋଲି ନିଜ ନିଜ ମତ ପୋଷଣ କରିବା ସହିତ ଭୀମଭୋଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ, ମୁଖ୍ୟ ବକ୍ତା ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ସମ୍ମାନିତ ଅତିଥି ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ଯୁବ ଶିଳ୍ପପତି ବିଭୂପ୍ରସାଦ ସାହୁ, ସମ୍ମାନିତ ବକ୍ତା ଡ଼କ୍ଟର କୌତୁକ ପନ୍ଦର ଯୋଗ ଦେଇଥିଲେ । ଅନୁଷ୍ଠାନର ସଂପାଦକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଭୀମ ଭୋଇଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ପ୍ରଶାନ୍ତ ଦାଶ, ଝରଣା ପ୍ରଧାନୀ ଏବଂ ଦୀପ୍ତି ରାଣୀ ବାରିକଙ୍କ ସଂଯୋଜନାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ପ୍ରାୟ ୫୦ ଜଣ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ବିଭିନ୍ନ ବିଦ୍ୟାଳୟସ୍ତରୀୟ ପଂଚମ ଓ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ କବିତା ଆବୃତି ପ୍ରତିଯୋଗିତାରେ ଅଂଶିକା ତ୍ରିପାଠୀ, ଅର୍ଚ୍ଚିତା ସାହୁ, ସିଦ୍ଧିସାଇ ବାରିକ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ କଣ୍ଠ ସଙ୍ଗୀତ ପ୍ରତିଯୋଗିତାରେ ସିଦ୍ଧାନ୍ତ ଆଚାରୀ, ଜ୍ୟୋର୍ତିମୟୀ ପାଣିଗ୍ରାହୀ, ପ୍ରତ୍ୟାଶା ପ୍ରିୟଦର୍ଶିନୀ ହୋତା ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ସୋନମ ଭୋଇ, ଏନ୍ ସ୍ନେହାଶ୍ରୀତା ନାଗ, ଶ୍ୱେତପଦ୍ମା ସାହୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ ପୂର୍ବକ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ସଂସଦର ସହସଂପାଦକ ପରମାନନ୍ଦ ବିଶି ଧନ୍ୟବାଦା ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ସଦସ୍ୟ ପବନ କୁମାର ମହାଲିକ, ମାନସ ରଂଜନ ପ୍ରହରାଜ, ରାକେଶ କୁମାର ଶତପଥୀ, ରିତେଶ କୁମାର ଶତପଥୀ, ଉଦୟ ନାୟକ, ଦିବାକର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 × 2 =