ମିଡିଆ ବନ୍ଧୁଙ୍କ ସହଯୋଗ କାମନା କଲେ ରଘୁନାଥପାଲି ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ରେଖା ବେହେରା

ରାଉରକେଲା, (ସନ୍ତୋଷ କୁମାର ପ୍ରଧାନ) : ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ରେଖା ବେହେରା ସେହନାଇ ମଣ୍ଡପ ଠାରେ ସାମ୍ବାଦିକ ମାନଙ୍କ ଏକ ଅନୌପଚାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଗାମୀ ନିର୍ବାଚନରେ ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ସହଯୋଗ ପାଇଁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ସେବା କରିବା ପାଇଁ ଚୟନ କରି ପ୍ରାର୍ଥୀ କରାଇଛନ୍ତି । ଗୃହିଣୀରୁ ସିଧାସଳଖ ରାଜନୀତି ମଇଦାନକୁ ଆସିଛି । ତେଣୁ ମୁଁ ଜନସାଧାରଣଙ୍କ ନିକଟକୁ ଯାଇ ସମସ୍ତଙ୍କ ଆର୍ଶୀବାଦ ଭିକ୍ଷା କରୁଛି । ମତେ ସୁଯୋଗ ଦେଲେ ଏ ନିର୍ବାଚନ ମଣ୍ଡଳୀର ବିକାଶକୁ ପ୍ରାଥମିକତା ଦେବି ବୋଲି କହିଛନ୍ତି ଅର୍ଚ୍ଚନା । ମୋ ସ୍ୱାମୀ ଏ ଅଞ୍ଚଳରେ ଅନେକ ବିକାଶ କାର୍ଯ୍ୟ କରିଥିବା ବେଳେ ଆହୁରି ଅନେକ କାର୍ଯ୍ୟ ବାକି ରହିଯାଇଛି । ସେ ସବୁ ପୂରଣ ପାଇଁ କାର୍ଯ୍ୟ କରିବି । ଆପଣ ମାନେ ମୋର ବାର୍ତ୍ତାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇ ପାରିଲେ ମୋ ପାଇଁ ବଡ ଆର୍ଶୀବାଦ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଗତ ଦିନରେ ସମସ୍ତ ସାମ୍ବାଦିକ ସେମାନଙ୍କର ଅକୁଣ୍ଠ ସହଯୋଗ ପ୍ରଦାନ କରିଥିବା ବେଳେ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଶ୍ରୀମତୀ ଅର୍ଚ୍ଚନା ରେଖା ବେହେରାଙ୍କୁ ସମାନ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ଷ୍ଟିଅରିଂ କମିଟି ସଦସ୍ୟ ତଥା ବରିଷ୍ଠ ନେତା ବଂଶୀଧର ପରିଡା ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଜେଡି ମିଡିଆ ସେଲର ସଂଯୋଜକ ସଞ୍ଜୀବ କୁମାର ନାୟକ ସ୍ୱାଗତ ଭାଷଣ ରଖିଥିବା ବେଳେ ରଘୁନାଥପାଲି ମିଡିଆ ସେଲର ଆବାହକ ତଥା ବରିଷ୍ଠ ବିଜେଡ଼ି ନେତା ନିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × 3 =