ରାଉରକେଲାରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବ ରେଡ୍‌କ୍ରସ୍‌ ପକ୍ଷରୁ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳନ ହୋଇଯାଇଛି । ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ୍‌ ଶାଖା ପକ୍ଷରୁ ଏହି ଅବସରରେ ରାଉରକେଲା ସହରରେ ଥିବା ଅନ୍ତର୍ଜାତୀୟ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ – ଏସ୍‌ଓଏସ୍‌ ଭିଲେଜ୍‌ଠାରେ ଏକ ସଭାର ଆୟୋଜନ ହୋଇଥିଲା । ଯୁବ ରେଡ୍‌କ୍ରସ୍‌ର ସଂଯୋଜିକା ଅଧ୍ୟାପିକା ଡ. ସ୍ମୃତିସ୍ନିଗ୍ଧା ମିଶ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡ. ବେହେରା ପ୍ରତିବର୍ଷ ମେ ୮ ତାରିଖକୁ ସାରା ବିଶ୍ୱରେ ରେଡ୍‌କ୍ରସ୍‌ ଦିବସ ଭାବେ ପାଳନ କରାଯିବାର କାରଣ ସମ୍ପର୍କରେ କହିବା ସହ ୧୮୨୮ ମସିହା ଏହିଦିନରେ ରେଡ୍‌କ୍ରସ୍‌ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଜନ୍ମଗ୍ରହଣ କରିଥିବା କଥା କହି ତାଙ୍କର ସ୍ମୃତିଚାରଣ କରିଥିଲେ । ଡ. ମିଶ୍ର ତାଙ୍କ ବକ୍ତବ୍ୟରେ ୧୯୪୮ ମସିହାରୁ ସାରା ବିଶ୍ୱରେ ପାଳିତ ଏହି ଦିବସ ଆମ ସମସ୍ତଙ୍କୁ ନିଶ୍ୱାର୍ଥପର ସେବା ମାଧ୍ୟମରେ ପ୍ରତ୍ୟେକ ମଣିଷ ଅନ୍ୟ ଜଣେ ମଣିଷକୁ ଭଲପାଇବାର ବାର୍ତ୍ତା ଦେଇଥାଏ ବୋଲି କହିଥିଲେ । ଏଥିରେ ମହାବିଦ୍ୟାଳୟର ଅନ୍ୟତମ ଅଧ୍ୟାପିକା ଡ. ସସ୍ମିତା ସାମଲ ଯୋଗଦେଇ ଚଳିତ ବର୍ଷ ଏହି ଦିବସ ପାଳନର ବାର୍ତ୍ତା – ‘ମୁଁ ଆନନ୍ଦରେ ଦିଏ ଏବଂ ମୁଁ ଦେଇଥିବା ଆନନ୍ଦ ମୋ ସହିତ ଅନ୍ୟମାନଙ୍କ ପାଇଁ ପୁରସ୍କାର ମହତ୍ୱ’ ସମ୍ପର୍କରେ କହିଥିଲେ । ଏହି ଅବସରରେ ଏସ୍‌ଓଏସ୍‌ ଭିଲେଜ୍‌ର ଅନ୍ତେବାସୀମାନଙ୍କୁ ମହାବିଦ୍ୟାଳୟ ଯୁବ ରେଡ୍‌କ୍ରସ୍‌ ଶାଖା ପକ୍ଷରୁ ପଠନ ଓ ଲିଖନ ସାମଗ୍ରୀ ଓ ମିଷ୍ଟାନ୍ନ ଆଦି ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରି ଅଧ୍ୟାପକ ମାୟାଧର ବାରିକଙ୍କ ସମେତ ଅଧ୍ୟାପକ ଅଜୟ ବେହେରା ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ସହ ବିଭିନ୍ନ ପ୍ରକାର ଦୁର୍ଘଟଣାରେ ପୀଡ଼ିତ ଲୋକଙ୍କୁ ସାହାଯ୍ୟ ଯୋଗାଇବା ଉଦ୍ଦେଶ୍ୟରେ ରେଡ୍‌କ୍ରସ୍‌ର କାର୍ଯ୍ୟ ସମ୍ପର୍କରେ କହିଥିଲେ । ଭାରତରେ ୧୯୨୦ ମସିହାରେ ଦିଲ୍ଲୀଠାରେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ରେଡ୍‌କ୍ରସ୍‌ ସୋସାଇଟି ଗଠନ କରାଯାଇଥିଲା । ସେବେଠାରୁ ଦେଶର ସମସ୍ତ ବିପର୍ଯ୍ୟୟରେ ରେଡ୍‌କ୍ରସ୍‌ର ସ୍ୱେଚ୍ଛାସେବୀମାନେ ସେବା କରିଆସୁଛନ୍ତି ବୋଲି ଅନ୍ୟତମ ଅଧ୍ୟାପିକା ରାମେଶ୍ୱରୀ ଭୋଇ ଓ ଏବଂ ଯୁବ ରେଡ୍‌କ୍ରସ୍‌ର ସହ ସଂଯୋଜିକା ପି. ସୋନାଲି ମୌସୁମୀ ସୂଚନା ଦେବା ସହ ମହାବିଦ୍ୟାଳୟର ରେଡ୍‌କ୍ରସ୍‌ ଶାଖାର କାର୍ଯ୍ୟ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମରେ ଏସ୍‌ଓଏସ୍‌, ରାଉରକେଲା ଶାଖାର ଭାରପ୍ରାପ୍ତ ନିର୍ଦ୍ଦେଶକ ଯୁଥିକା ଦାସଙ୍କ ସମେତ ଅନ୍ୟତମ କର୍ମଚାରୀ ନନ୍ଦନା ଉପସ୍ଥିତ ଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପିକା ଚହ୍ନାତି ତିର୍କୀ, ଅଧ୍ୟାପକ ଜୟନ୍ତ ଷଡ଼ଙ୍ଗୀ, ସୁଭ୍ରାଂଶୁ ଶେଖର ଦେହୁରୀ ଓ ସୁସ୍ମିତା ମୁଣ୍ଡାରୀ ଏବଂ ସ୍ୱେଚ୍ଛାସେବୀ ଛାତ୍ର ବିଶ୍ୱଜିତ ପଲାଇଙ୍କ ସମେତ ଅନ୍ୟ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × one =