csstore

ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି ଝୁଲେନବର ଗ୍ରାମର ଧବଳେଶ୍ଵର କ୍ଳବର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗ୍ରାମର ମଝିପଡା ଠାରୁ ଶିବ ମନ୍ଦିର ରାସ୍ତାର କାମ ବୁଢ଼ା ମନ୍ଦିର ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ କରାଯାଇଥିଲା । ଏଥିରେ କ୍ଳବର ସଭାପତି ରିଙ୍କୁ ନାଗ ଓ କୋଷାଧ୍ୟକ୍ଷ ଯୁଧିଷ୍ଠିର ମିର୍ଦ୍ଧାଙ୍କ ସହ ଗ୍ରାମର ଗନ୍ତିଆ ପ୍ରକାଶ ସିଂହ, ଶିବ ମନ୍ଦିର ପୂଜାରୀ ବିଭୁ ଥନାପତି, ସୂର୍ଯ୍ୟମଣି, କାହ୍ନା, ଭଗବାନ, ଅର୍ଜୁନ, ଶିବା, ଆନନ୍ଦ, ଖୁସି, କାର୍ତ୍ତିକ, ପରମାନନ୍ଦ, ଅଙ୍କିତ, ରାହୁଲ, ନୀତେଶ, ଅଶୋକ, ଭୋଲା, ମିଲୁ ପ୍ରମୁଖ କ୍ଳବର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.