pakka

କୋଭିଡ଼୍‌ କଟକଣା ମଧ୍ୟରେ ପାଳିତ ହେବ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଠାରେ ୭୩ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୨ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜିି ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ-୨୦୨୨କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ଼୍‌ ନିୟମାବଳୀ ଅନୁଯାୟୀ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଯାଇଥିଲା । ଚଳିତ ବର୍ଷ ମଧ୍ୟ କେବଳ ପୋଲିସ ବାହିନୀ ସାଧାରଣତନ୍ତ୍ର ଦିବସ ସମାରୋହରେ ଅଂଶ ଗ୍ରହଣ କରିବେ । ସାଧାରଣତନ୍ତ୍ର ଦିବସ ସମାରୋହରେ କୌଣସି ବିଦ୍ୟାଳୟ ଅଥବା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ ନାହିଁ । ସେହିପରି ଉତ୍ସବ ସ୍ଥଳକୁ ସର୍ବସାଧାରଣଙ୍କ ସମାଗମ ଉପରେ କଟକଣା ଜାରି କରାଯାଇଛି । କେବଳ ସୀମିତ ସଂଖ୍ୟାରେ କୋଭିଡ଼୍‌ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯିବ । ପ୍ରସ୍ତୁତି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ସ୍ଥାନୀୟ ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ହେବ । ସମାରୋହର ମୁଖ୍ୟଅତିଥି ଉକ୍ତ ଦିନ ଧାର୍ଯ୍ୟ ସମୟ ଅନୁସାରେ ସକାଳ ସାଢେ଼ ୮ଟା ସମୟରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା ସହ ଉଦ୍‌ବୋଧନ ଦେବେ । ପ୍ରାତଃରେ ରାମଧୂନ ପ୍ରଚାର, ସକାଳ ୭ଘଟିକା ଠାରୁ ୭.୩୦ମି. ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ, ସକାଳ ଘ: ୭.୧୫ମି. ରୁ ୭.୪୫ମି. ମଧ୍ୟରେ ଗାନ୍ଧୀନଗରପଡ଼ା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, କଚେରୀ ଛକ ସ୍ଥିତ ଡ.ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ଓ ଶିଶୁ ଉଦ୍ୟାନ ନିକଟସ୍ଥ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ପଟେଲ, ବଲାଙ୍ଗିର ଉପ-ଜିଲ୍ଲାପାଳ ଲମ୍ବୋଦର ଧରୁଆ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନଳିନୀକାନ୍ତ ଦାସ, ଡା.ତୁଷାରକାନ୍ତ ଠାକୁର, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ(ହୋମଗାଡର଼୍) କୁମୁଦ ସେଠ୍‌, ବଲାଙ୍ଗିର ପୌର ପରିଷଦ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ୍‌, ସର୍ଜେଣ୍ଟ ଅମିତ୍‌ କୁମାର କୀର୍ତ୍ତନିଆ, ଉପ ନିର୍ଦ୍ଦେଶକ(ଉଦ୍ୟାନ), ଡା.ପି.କେ.ଭଞ୍ଜ, ଆରଡ଼ବ୍ଲ୍ୟୁଏସ୍‌ଏସ୍‌ ଜ୍ୟୋତି ପ୍ରସାଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ବୈଠକରେ ବିବରଣୀ ଉପସ୍ଥାପନା କରିବା ସହ ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × one =