pakka

ବଲାଙ୍ଗିର ଜିଲ୍ଲାରେ ଆଜି ୬୦୭ଟି ନାମାଙ୍କନ ପତ୍ର ଦାଖଲ୍‌ ହେଲା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଗତକାଲିଠାରୁ ନାମାଙ୍କନ ପତ୍ର ଦାଖଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ୬୦୭ଟି ନାମାଙ୍କନ ପତ୍ର ଦାଖଲ୍‌ ହୋଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂଚନା ଦେଇଛନ୍ତି । ୱାର୍ଡ ମେମ୍ବର ପଦବୀ ପାଇଁ ୪୭୯ଟି ନାମାଙ୍କନ ପତ୍ର ଆସିଥିବା ବେଳେ ସରପଞ୍ଚ ପଦବୀ ପାଇଁ ୭୯ଟି ଆସିଛି । ସେହିପରି ସମିତି ମେମ୍ବର ପଦବୀ ପାଇଁ ଜିଲ୍ଲାରେ ୪୯ଟି ନାମାଙ୍କନ ପତ୍ର ଦାଖଲ୍‌ ହୋଇଥିବା କୁହାଯାଇଛି । ଗତକାଲି ଭଳି ଆଜି ମଧ୍ୟ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ୍‌ ଶୂନ୍ୟ ରହିଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

19 − 8 =