jayashree

ବରଗଡ଼ ଜିଲ୍ଲା ଯୋଜନା ବୋର୍ଡରେ ୧୫ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ଯୋଜନା ବୋର୍ଡର ସଦସ୍ୟ ଭାବେ ୧୫ ଜଣ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ଶନିବାର ବରଗଡ଼ ଆଗ୍ରଗାମୀ ଯୁବକ ସଂଘ ପରିସରରେ ବିଜେଡି ପକ୍ଷରୁ ନବନିର୍ବାଚିତ ସଦସ୍ୟ ଓ ସଦସ୍ୟାମାନଙ୍କୁ ଭବ୍ୟ ସ୍ୱାଗତ ଓ ଶୁଭେଚ୍ଛା ଜଣାଯାଇଥିଲା । କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟିକା ରିତା ସାହୁ, ବିଜେଡି ଜିଲ୍ଲା ସଭାପତି ଜାପାନ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଏବଂ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ । ନୂତନ ଭାବେ ଦାୟିତ୍ୱ ପାଇଥିବା ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟାମାନେ ଜିଲ୍ଲା ଯୋଜନା ବୋର୍ଡ ଅଧୀନରେ ଆସୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ସୂଚାରୁ ଭାବେ ସମ୍ପାଦନ କରିବା ସହ ଜିଲ୍ଲାର ବିକାଶ ପାଇଁ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବେ ବୋଲି ଉପସ୍ଥିତ ନେତାମାନେ ଆଶା ପ୍ରକାଶ କରିଛନ୍ତି । ଏହି ନିର୍ବାଚନ ପରେ ବରଗଡ଼ ଜିଲ୍ଲାରେ ବିଜେଡିର ସାଂଗଠନିକ ସ୍ଥିତି ନେଇ ମଧ୍ୟ ଦଳୀୟ ମହଲରେ ଉତ୍ସାହ ପ୍ରକାଶ ପାଇଛି ।

Leave A Reply

Your email address will not be published.