csstore

ବଲାଙ୍ଗିର ସଦର ବ୍ଲକକୁ ମରୁଡି ଘୋଷଣା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ କିଶାନ କଂଗ୍ରେସ ସଭାପତି ବିଶ୍ୱଜିତ ନାଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀକୁ ଭେଟି ଆଲୋଚନା କରିଛନ୍ତି । ପ୍ରତିନିଧି ମଣ୍ଡଳୀ କହିବା ମୁତାବକ ଜୁଲାଇ ୩୧ ତାରିଖ ସୁଦ୍ଧା ଧାନ ରୁଆ ଏବଂ ବେଉଷଣା କାର୍ଯ୍ୟ ସରିଯାଇଥିବା କଥା । କିନ୍ତୁ ବର୍ଷା ଅଭାବରୁ ଅଗଷ୍ଟର ଦ୍ୱିତୀୟ ସପ୍ତାହ ଅତିବାହିତ ହୋଇଥିଲେ ସୁଦ୍ଧା ଚାଷ କାମ ସରିନାହିଁ । ତେଣୁ ମହା ମରୁଡିର ଆସନ୍ନ ସ୍ପଷ୍ଟ ବୋଲି ପ୍ରତିନିଧି ମଣ୍ଡଳୀ କହିଥିଲେ । ତୁରନ୍ତ କୃଷି ଅଧିକାରୀ ଏକ ଟିମ୍‌ ଗଠନ କରି ଚାଷ ଜମିକୁ ପରିଦର୍ଶନରେ ଯିବା ପାଇଁ ଦାବୀ ରଖିଥିଲେ । ଏଥିରେ କୃଷି ବିଭାଗ ଅବହେଳା କଲେ କିଶାନ କଂଗ୍ରେସ ପକ୍ଷରୁ ତୀବ୍ରତର ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଥିଲେ । ଉକ୍ତ ପ୍ରତିନିଧି ମଣ୍ଡଳିରେ ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ର, ପୂର୍ବ ବ୍ଲକ ଅଧ୍ୟକ୍ଷ ଘାସିରାମ ବେହେରା, ଯୁବନେତା ସରୋଜ ରଥ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ଫକିର ମୋହନ ଥାଟି, ସଂର୍କିତନ ମେହେର, ପ୍ରିୟବ୍ରତ ପଣ୍ଡା, ଗଙ୍ଗାଧର ସୁନା, ଟୁନା ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.