
ଗୁଡିଘାଟ, ଇଚ୍ଛାପଡ଼ା, ବଡସାଇମରା ଓ ଚଣାବାହାଲ ପଞ୍ଚାୟତସ୍ତରୀୟ ‘ସେବା ଓ ବିକାଶ ବାହାନ ଯାତ୍ରା’ ସଚେତନତା ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ, ଇଛାପଡା, ବଡସାଇମରା ଓ ଚଣାବାହାଲ ଗ୍ରାମ ପଞ୍ଚାୟତସ୍ତରୀୟ ‘ସେବା ଓ ବିକାଶ ବାହାନ ଯାତ୍ରା’ ଉପରେ ସଚେତନତା ଶିବିରଗୁଡ଼ିକ ଅନୁଷ୍ଠିତ ହୋଇଯାଇଛି । ଗୁଡିଘାଟ ପଞ୍ଚାୟତରେ ବିଡିଓ ବାସନ୍ତୀ ସେଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ବିଧାୟକ ଲକ୍ଷ୍ମଣ ବାଗ, ସରପଞ୍ଚ ରଶ୍ମିତା ବାଗ, ପିଇଓ ପ୍ରକାଶ କୁମାର ପନିକା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଜିପିଡିଓ ଗଙ୍ଗାଧର ଛତର, ବିଏସଏସଓ ରିଙ୍କୁ ମେହେର, ଏଡିଇଓ ସୁନୀତା ବାରିକ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ତୋଦୟ ଗୃହ ଯୋଜନାରେ ୫ଜଣ, ରାସନ କାର୍ଡ ୫ଜଣ, ବାର୍ଦ୍ଧକ୍ୟ ଭତ୍ତାରେ ୩୦ଜଣ ଓ କିଷାନ କ୍ରେଡିଟ କାର୍ଡ ୩ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଇଛାପଡା ପଞ୍ଚାୟତଠାରେ ବ୍ଲକ ବିତ୍ତ ଅଧିକାରୀ ତଥା ନୋଡାଲ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ତତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସମ୍ମାନିତ ଅତିଥି ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ସରପଞ୍ଚ ସୁଭାଷିନୀ ବେହେରା,ସମିତି ସଭ୍ୟ ତୋଫାନ ନାଗ , ଜିପିଡିଓ ଗଙ୍ଗାଧର ଛତର, ପିଇଓ ମିଳନ ରାଜପଳିଆ , ଡବ୍ଲୁଇଓ ଭୀମରାମ ମାଝୀ, ବିଏସଏସଓ ରିଙ୍କୁ ମେହେର, ଏଡ଼ିିଇଓ ଜ୍ୟୋତିମା ମାହାକୁର ପ୍ରମୁଖ ଉପସ୍ଥିତ ଥିଲେ । ବଡ଼ସାଇମରା ପଞ୍ଚାୟତସ୍ତରୀୟ ବିକାଶ ମେଳା ଶିବିରରେ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମାଆ ପାଇଁ ଗଛଟିଏ ଉଦ୍ଦେଶ୍ୟରେ ଏକ ଚାରା ରୋପଣ କରିଥିଲେ । ସେ କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପରେ ଆଲୋକପାତ କରି ବିଭିନ୍ନ ହିତାଧିକାରୀଙ୍କୁ ଆବାସ, ରାସନ ଓ ଭତ୍ତା କାର୍ଡ ବଣ୍ଟନ କରିଥିଲେ । ବ୍ଲକ ବିତ୍ତ ଅଧିକାରୀ ତଥା ନୋଡାଲ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ସରପଞ୍ଚ ଶୁକଦେବ ପୁଟେଲ, ସମିତି ସଭ୍ୟା ସୁମିତ୍ରା ମାଝୀ, ଜିପିଡିଓ ଗଙ୍ଗାଧର ଛତର, ପିଇଓ ଚନ୍ଦ୍ରିକା ସେଠ, ଏଡ଼ିଇଓ ଗୀତାଞ୍ଜଳି ମେହେର ଓ ଯୋଗାଣ ସହାୟକ ବଳରାମ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଚଣାବାହାଲ ପଞ୍ଚାୟତସ୍ତରୀୟ ଶିବିରରେ ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ସରପଞ୍ଚ କୁନ୍ତୀ ମେହେର, ନୋଡ଼ାଲ ଅଧିକାରୀ ଘେନୁରାମ ତାଣ୍ଡି, ପିଇଓ ସୀତାକାନ୍ତ ବେହେରା, ବିପିସି ରବୀନ୍ଦ୍ର ବେହେରା, ଏଡିଇଓ ଠଣସୁନ୍ଦର ଖୁଟଲା, ଯୋଗାଣ ସହାୟକ ଗୋପୀନାଥ ମେହେର, ସରୋଜ କୁମାର ମେହେର, କେତୁରାଜ ମେହେର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ୫ଟି ରାସନ କାର୍ଡ, ୨୦ଟି ନୂଆଁ ବାର୍ଦ୍ଧକ୍ୟ ଭତ୍ତା ଓ ୧୦ଜଣଙ୍କୁ ୮୦ବର୍ଷର ଭତ୍ତା କାର୍ଡ ବଣ୍ଟନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଉଭୟ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା,ଏଡିଇଓ, ଯୋଗାଣ ସହାୟକ, ଏମବିକେ, ସିଆରପି, ଶତାଧିକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ବହୁ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ ।