ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନଏସ) : ଲୋଇସିଂହା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ସମ୍ମିଳନୀ କକ୍ଷ ଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ ସୁର ସଙ୍ଗମ ସାଂସ୍କୃତିକ ସଂସଦ, ଲୋଇସିଂହା ର ମିଳିତ ଆନୁକୂଲ୍ୟରେ ଯୁବ ଅନୁଷ୍ଠାନର ଉନ୍ନତି ପାଇଁ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ଯୁବ ସଂଯୋଜକ ଏ.ବି.ନର୍ସିମା କୁମାର ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡିଆ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର କାହ୍ନୁ ଚରଣ ଦର୍ଜୀ ଏବଂ ସମ୍ମାନିତ ଅତିଥି ଭାବେ ଲେଖାପାଲ ବିପିନ ବିହାରୀ ଜେନା ଓ ସରୋଜ ବିଶ୍ବାଳ ଯୋଗ ଦେଇଥିଲେ । ସରୋଜ ମହାକୁର ସଭା ପରିଚାଳନା କରିଥିବା ବେଳେ ଦେବାଶିଷ ଦଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଲୋଇସିଂହା ବ୍ଳକର ବିଭିନ୍ନ ଯୁବ ଅନୁଷ୍ଠାନରୁ ୧୦୦ ରୁ ଉର୍ଦ୍ଧ ଯୁବକ ଯୋଗ ଦେଇଥିଲେ । ବିବେକା ବାଗ୍, ଜଗତପତି ଦାନି, ସୁବ୍ରତ ନାଏକ, ଲିଙ୍ଗରାଜ ବାଗ୍, ଲିଙ୍ଗରାଜ ଭୋଇ, ହରେକୃଷ୍ଣ ରଣା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.