ରେଡକ୍ରସ୍ ପକ୍ଷରୁ କୋରୋନା ସଚେତନତା ଓ ମାସ୍କ ବିତରଣ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଭୁତାଣୁ ସଂକ୍ରମଣ ଟିଟିଲାଗଡ ଉପଖଣ୍ଡରେ ବଢ଼ିବାକୁ ଲାଗିଛି । ତେଣୁ ସଚେତନରେ ସୁରକ୍ଷା ଆମର ବାର୍ତ୍ତା ନେଇ ବଲାଙ୍ଗିର ରେଡକ୍ରସ୍ ସୋସାଇଟି ତରଫରୁ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ, ପେଟ୍ରୋଲ ପମ୍ପ ଛକ ଓ ପୋଲିସ ଷ୍ଟେସନ ଛକଠାରେ କୋରୋନା ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ସଚେତନତା କାର୍ୟ୍ୟକ୍ରମ ଓ ମାସ୍କ ବିତରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି ।

କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ସମ୍ମାନିତ ଅତିଥି ଭାବରେ ସହକାରୀ ଉପ ଜିଲ୍ଲାପାଳ କର୍ଣ୍ଣ ମଲ୍ଲିକ, ପୋଲିସ ଏସଆଇ ରବୀନ୍ଦ୍ର ସାହୁ, ଟିଟିଲାଗଡ ବିକାଶ ସେନା ସଭାପତି ଇପ୍ସ ଅମ୍ଳାନ ଷଡ଼ଙ୍ଗୀ, କାରାଗାର ରକ୍ଷୀ ହରିଶଙ୍କର ପୁରୋହିତ ପ୍ରମୁଖ ଯୋଗଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ଉପାଧ୍ୟାୟ କହିଥିଲେ, ଢ଼ିଲାପଣ ଦେଖାଇଲେ ସ୍ଥିତି ଗମ୍ଭୀର ହେବ ଓ ଆଗକୁ ପାର୍ବଣ ଓ ଶୀତ ଋତୁ ଆସୁଥିବାରୁ ଆମକୁ ଅଧିକ ସତର୍କତା ଓ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ।

ସ୍ବେଚ୍ଛାସେବୀମାନେ ବୁଲି ବୁଲି ବାଦ୍ୟ ବଜାଇ ବାରମ୍ବାର ହାତ ଧୁଅନ୍ତୁ, ମାସ୍କ ପରିଧାନ କରନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ, ଦଳଗତ କାର୍ୟ୍ୟରୁ ନିବୃତ ରୁହନ୍ତୁ ଓ ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତି ନାହିଁ ବୋଲି ବାର୍ତ୍ତା ପ୍ରଦାନ କରୁଥିଲେ। ଏହା ସହ ସହରର ମୁଖ୍ୟ ରାସ୍ତା ଓ ବିଭିନ୍ନ ସ୍ଥାନରେ ଏକ ହଜାରରୁ ଅଧିକ ମାସ୍କ ବିତରଣ କରିଥିଲେ ।

ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ୍ ସୋସାଇଟି ର ସମ୍ପାଦକ ଶଙ୍କର୍ଷଣ ପ୍ରଧନୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ରେଡକ୍ରସ୍ ସ୍ବେଚ୍ଛାସେବୀ ରାମନାରାୟଣ ଦାଶ, ସୁରେଶ କମ୍ପ, ମିନିକେତନ୍ ଡାଙ୍ଗ, ପରମାନନ୍ଦ ଭୋଇ ତଥା ଟିଟିଲାଗଡ ବିକାଶ ସେନା ସଦସ୍ୟ ଚନ୍ଦନ ପଣ୍ଡା, ଶୁଭମ୍ ଆଚାର୍ୟ୍ୟ, ଋତୁରାଜ ତାଣ୍ଡି, ନିରଞ୍ଜନ ରଣା, ବିନାୟକ ଶ୍ରେଷ୍ଠ, ଧନିରାମ୍ ବେହେରା , ଆଶିଫ ଖାନ୍, ସହିଲ୍ ଶର୍ମା, ରୋହନ ଦଲାଇ, ଜଗଦୀଶ ରାଉତ, ପୀୟୂଷ ବେହେରା ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.