ତାଲିବାନ ଓ ଆଫ୍‌ଗାନିସ୍ତାନ ସେନା ମଧ୍ୟରେ ସଂଘର୍ଷ : କୁନି ପୁଅ କହୁଛି, ଡାଡ଼ି.. ଡାଡ଼ି… ଆମେ ମରିଯିବା କି ?

କାବୁଲ : ୨୫ ବର୍ଷୀୟ ଗୁଲ ମହମ୍ମଦ ମନେ ପକେଇ କହିଛନ୍ତି, କେମିତି ଭାବରେ ସେ ପୁଣି ଥରେ ଆରମ୍ଭ ହୋଇଥିବା ସଂଘର୍ଷରେ ବୋମା ବର୍ଷଣରୁ ନିଜକୁ ଓ ନିଜର ପରିବାରର ୨୫ ଜଣ ସଦସ୍ୟଙ୍କୁ ବଂଚାଇବାରେ ସକ୍ଷମ ହୋଇ ପାରିଛନ୍ତି । ଏବେ ତାଙ୍କ କୁନି ପୁଅ କହୁଛି, ଡାଡ଼ି… ଡାଡ଼ି… ଆମେ ମରିଯିବା କି ? ଛାତି ଥରିଯାଉଛି ଗୁଲ ମହମ୍ମଦଙ୍କ ।
ଶିକ୍ଷକ ଭାବରେ କାମ କରିବା ମହମ୍ମଦ ଗୁଲ ଆଫ୍‌ଗାନିସ୍ତାନର ହେଲମନ୍ଦ ପ୍ରାନ୍ତରେ ରହୁଥିଲେ । କିନ୍ତୁ ଏବେ ସେ ନିଜ ପରିବାରକୁ ନେଇ ଲସ୍କର ଗାହରେ ଏକ ଛୋଟ ଟେଣ୍ଟରେ ରହୁଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ତାଙ୍କ ନାମ ବଦଳାଇ ଲିହାଜ୍‌ରୁ ଗୁଲ ମହମ୍ମଦ ନାମରେ ନାମିତ ହୋଇଛନ୍ତି ସେ । ତେବେ ଆଫ୍‌ଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ପାଇଁ କଥାବାର୍ତ୍ତା ଜାରି ରହିଥିଲେ ସୁଦ୍ଧା ସେଠାରେ ତାଲିବାନ୍‌ର ନୂଆ ସଂଘର୍ଷ ଆରମ୍ଭ ହୋଇଛି । ସଂଘର୍ଷର କିଛି ଦିନ ପୂର୍ବରୁ ଗୁଲ୍‌ ମହମ୍ମଦ ନିଜର ବଗିଚାକୁ ସଜାଡ଼ିବା କାମରେ ଲାଗିଥିଲେ, ଯାହା ସଂଘର୍ଷ ସମୟରେ ଜଳିପୋଡ଼ି ଛାରଖାର ହୋଇଛି ।
ସବୁଠାରୁ ମର୍ମସ୍ପର୍ଶୀ ବିଷୟ ଯେ, ମହମ୍ମଦଙ୍କ ଘର ମଧ୍ୟ ବର୍‌ବାଦ ହୋଇସାରିଛି ଏବଂ ସାରା ପରିବାର ଏବେ ବେଘର ହୋଇଯାଇଛନ୍ତି । ଯୁଦ୍ଧର ଡିଣ୍ଡିମ ଉଜାଡ଼ି ଦେଇଛି ତାଙ୍କର ଜୀବନ ଜୀବିକା ।

2 Comments
  1. Pradip Kumar Mishra says

    Daily News Service of Koshal Prabaha is praise worthy.
    I wish the venture to be a grand success.

    1. Koshala Prabaha says

      juhar dada
      tumar ashirbad re sabu kichhi

Leave A Reply

Your email address will not be published.