ଚାକିରୀ ନ ମିଳିବାରୁ ଯୁବକଙ୍କ ଆତ୍ମହତ୍ୟା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡମାଲ ଫାଣ୍ଡି ଅନ୍ତର୍ଗତ ରେଙ୍ଗାଲି ନିକଟରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ତେବେ ଯୁବକ ଜଣକ ହେଲେ ରେଙ୍ଗାଲି ଗ୍ରାମର ନୁଆଁ ବସ୍ତିର ଅମିତ ସାହୁ(୨୭) । ଖବର ପାଇବା ପରେ ଘଟଣା ସ୍ଥଲରେ ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଘଟଣା ସମ୍ପର୍କରେ ତଦନ୍ତ କରୁଛନ୍ତି । ସୂଚନା ମତେ ଯୁବକ ଜଣକ ବିଟେକ ସିଭିଲ ଇଂଜିନିୟରି ପାଠ ପଢ଼ୁଥିଲେ । ସରକାରି ଚାକିରୀ ନ ମିଳିଥିବା ନେଇ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ଅଞ୍ଚଳରେ ଖବର ପ୍ରସାର ହେଲା ପରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.