ସିନାପାଲି ସହରର ବିଭିନ୍ନ ସାର ଦୋକାନ ଉପରେ ପ୍ରଶାସନର ସଚେତନତା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସାର ଦୋକାନକୁ ସିନାପାଲି ବ୍ଲକ ପ୍ରଶାସନ ଯାଇ ସଚେତନତା କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ସିନାପାଲି ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସାର ଦୋକାନରେ କିଭଳି ଭାବେ ବେଆଇନ ଦରବୃଦ୍ଧି ଓ ଖରାପ ଥିବା ସାର ନ ବିକ୍ରି କରିବାକୁ ସିନାପାଲି ତହସିଲଦାର ଲୋକନାଥ ଶବରଙ୍କ ନେତୃତ୍ୱରେ ଏକ ଟିମ୍‌ ସିନାପାଲି ନିଲଜି ଚଟିଆଗୁଡା ସମେତ ଅନ୍ୟାନ୍ୟ ଗ୍ରାମକୁ ଯାଇ ସାର ଦୋକାନମାନଙ୍କରେ ସଚେତନତା କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସିନାପାଲି ଅଞ୍ଚଳରେ ବେନିୟମ ଭାବେ ଅନେକ ଅସାଧୁ ବ୍ୟକ୍ତି ସାର ଆଣି ଦରବୃଦ୍ଧି କରି ବିକ୍ରି କରିଥାନ୍ତି । ଏଣୁ ଚାଷୀମାନେ ସଚେତନତା ହେବା ପାଇଁ ବ୍ଲକ ପ୍ରଶାସନ ଏହି ପଦକ୍ଷେପ ନେଇ ଚାଷୀ କେମିତି ଉଚିତ୍ ମୂଲ୍ୟରେ ସାର ପାଇ ପାରିବେ ସେନେଇ ସଚେତନତା କରିଛନ୍ତି । ଏହି ଅବସରରେ ସିନାପାଲି ବ୍ଲକ କୃଷି ଅଧିକାରୀ ଶୁଭ୍ରାଂଶୁ ମେହେର, ସିନାପାଲି ବ୍ଲକ ଯୋଗାଣ ଅଧିକାରୀ ଅଲେଖ ଭୋଇ, ସିନାପାଲି ଥାନା କର୍ମଚାରୀ ସମେତ ଅନ୍ୟାନ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.