csstore

ବିପର୍ଯ୍ୟୟ ସମ୍ଭନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ଗ୍ରାମରେ ରିଲିଆନ୍ସ ଫାଉଣ୍ଡେସନ୍‌ ଓ କାମଧେନୁ ସେବା ସମିତି ମିଳିତ ଆନୁକୂଲ୍ୟରେ ବିପର୍ଯ୍ୟୟ କ୍ଷତିଭୟ କମାଇବା ଉପରେ ଏକ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ ରିଲିଆନ୍ସ ଫାଉଣ୍ଡେସନ୍‌ ତାହାର ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତ କାର୍ଯ୍ୟକ୍ରମ ବିଷୟରେ ଜ୍ୟୋତିର୍ମୟ ବିଶ୍ୱାଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କାମଧେନୁ ସେବା ସମିତିର ସମ୍ପାଦକ ଟୁନା ମହାରଣା ବିଭିନ୍ନ ବିପର୍ଯ୍ୟୟ ମୁକାବିଲାର କୌଶଳ ଏବଂ ଗ୍ରାମବାସୀଙ୍କ ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ । ମୋବାଇଲ ମାଧ୍ୟମରେ ଆଗାମୀ ସୂଚନା, ଗ୍ରାମ୍ୟ ସ୍ଥରରେ ଯୋଜନା ପ୍ରସ୍ତୁତି, ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ ରିଲାନ୍ସ ଫାଉଣ୍ଡେସନ୍‌ର କାର୍ଯ୍ୟକ୍ରମ ଗୁଡିକ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲା ଇ. ଗଞ୍ଜାମ ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଇଲାକା ହୋଇଥିବାରୁ ବନ୍ୟା, ବାତ୍ୟା, ସୁନାମି ପରି ବିପର୍ଯ୍ୟୟ ମୁକାବିଲା ନିମନ୍ତେ ରିଲାନ୍ସ ଫାଉଣ୍ଡେସନ୍‌ର ସହାୟତା ଆବଶ୍ୟକତା ଅଛିବୋଲି ଗ୍ରାମବାସୀ ଇଛାପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.