ମାହେଶ୍ୱରୀ ମହିଳା ଶାଖାର ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସ୍ଵଧାର ଗୃହର ଅନ୍ତେବାସୀଙ୍କ ଗହଣରେ ମାହେଶ୍ୱରୀ ମହିଳା ଶାଖା ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଚ୍ଛତା ସଚେତନତା ସହିତ ସ୍ୱଚ୍ଛତା ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାହେଶ୍ୱରୀ ମହିଳା ଶାଖା ସଂଯୋଜିକା ଇଷିକା ଦାସଙ୍କ ନେତୃତ୍ୱରେ ସଦସ୍ୟ ବିଷ୍ଣୁପ୍ରିୟା ପାଣି, ସୁଶ୍ରିତା ଠାକୁର, ବବିତା ନାଗ, ପ୍ରଜ୍ଞାମୟୀ ବୋହିଦାର, ତୃପ୍ତିମୟୀ ମହାପାତ୍ର ଅନ୍ତେବାସୀଙ୍କୁ ସଚେତନ କରିଥିଲେ ଏବଂ କରନ ବେହେରା, ସୁମିତ ପଟେଲ, ଅପ୍ରମିତ ପରିଚ୍ଛା ପରିଚାଳନା କରିଥିଲେ । ଆଗକୁ ବଲାଙ୍ଗିର ଜିଲ୍ଲା ସାରା ପ୍ରତି ପଞ୍ଚାୟତ, ଗାଁ ଏବଂ ପୀଠରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.