om academy

ଜୁନିୟର ରେଡ଼କ୍ରସ ତରଫରୁ ବଜ୍ରପାତ ପ୍ରତି ସଚେତନତା କାର୍ଯ୍ୟକ୍ରମ

jsm

ସଇଁତଲା, (ପ୍ରମୋଦ ସେଲମା) : ବର୍ଷା ସମୟରେ ବଜ୍ରପାତ କିମ୍ବା ବିଜୁଳି ମାରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ହାନି ହେଉଛି । ଏହି ଘଟଣାକୁ ଲକ୍ଷ୍ୟ କରି ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ବଜ୍ରପାତ ପ୍ରତି ସାବଧାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ରାମ ନାରାୟଣ ଦାଶ ଯୋଗଦାନ କରିଥିଲେ । ଏହି ସମୟରେ ଘଡଘଡି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ନିରାପତ୍ତା ଆଶ୍ରୟ ସ୍ଥଳି ଭିତରକୁ ଚାଲି ଆସିବା, ଶରୀରରୁ ଧାତୁ ତିଆରି ଜିନିଷ ଅଲଗା କରିବା, ଘର ଭିତରେ ଥିବା ବେଳେ ଝରକା, କବାଟ ଓ କାନ୍ଥଠାରୁ ଛାଡି କରି ରହିବା, ବିଦ୍ୟୁତ ପ୍ରବାହିତ ବସ୍ତୁଠାରୁ ଦୂରେଇ ରହିବା, ଟେଲିଫୋନ ଓ ମୋବାଇଲ ଫୋନ ବ୍ୟବହାର ନ କରିବା, ଯଥା ସାଧ୍ୟ କମ୍‌ ଉଚ୍ଚତାରେ ରହିବା, କୌଣସି ଗଛ ତଳେ ନ ରହିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନତା କରିଥିଲେ । ଉକ୍ତ ବଜ୍ରପାତରୁ ରକ୍ଷା ପାଇବା ପାଇଁ ବସିବା କୌଶଳ ବିଷୟରେ ଡେମୋଷ୍ଟେସନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ଦେଖାଇଥିଲେ । ଏଥିରେ ଛାତ୍ରଛାତ୍ରୀମାନେ ନିଜ ନିଜ ପରିବାର ସଦସ୍ୟ ତଥା ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ବଜ୍ରପାତ ପ୍ରତି ସାବଧାନ ପୋଷ୍ଟର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, ସମୀର ସେଠୀ, ଶିକ୍ଷୟିତ୍ରୀ ରେଣୁକା ସାହୁ, ଦ୍ରୌପଦୀ ଭୋଇ, କାନ୍ତି ଭୋଇ ସହ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ଲିଙ୍ଗରାଜ ନନ୍ଦ ପରିଚାଳନା କରିଥିବା ବେଳେ ଶିକ୍ଷକ ଦୀପକସେନ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.