csstore

କରୋନା ପାଇଁ ସଚେତନ କଲା ସଚେତନ ନାଗରିକ ମଞ୍ଚ

ରାଉରକେଲା, (ସସ୍ମିତା ପ୍ରଧାନ) : ପୁଣି ଫେରିଛି କରୋନାର ଭୟ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜନସାଧାରଣ ମଧ୍ୟ ଏଥିପ୍ରତି ସଚେତନ ରହିବା ଦରକାର । ଏନେଇ ରାଉରକେଲା ସଚେତନ ନାଗରିକ ମଞ୍ଚ ରାଜ୍ୟ ତଥା ସହରବାସୀଙ୍କୁ ଏହି କରୋନା ସଂପର୍କରେ ସଚେତନ ରହିବାସହ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି । ସଂପ୍ରତି ବିଶ୍ୱ ହକି ପ୍ରତିଯୋଗିତା ଭୁବନେଶ୍ଵର ଓ ରାଉରକେଲାରେ ହେଉଥିବାରୁ ଏଥିପାଇଁ ବିଭିନ୍ନ ଦେଶର ଖେଳାଳି ଓ ଦର୍ଶକ ନିଶ୍ଚୟ ଆସିବେ । ତେବେ କରୋନାରୁ ବଂଚିବା ତଥା ସୁରକ୍ଷା ପାଇଁ ମାସ୍କ ବ୍ୟବହାର, ସାମାଜିକ ଦୂରତା, ବାରମ୍ବାର ହାତ ଧୋଇବା, ସାର୍ବଜନୀନ ସ୍ଥାନ ଗୁଡିକରେ ଛେପ ନପକାଇବା ସହ ବୁଷ୍ଟର ଡୋଜ ନେବାସହ ଯଦି କୌଣସି ବ୍ୟକ୍ତିଙ୍କର ଲକ୍ଷଣ ଦେଖାଯାଏ, ତେବେ ସେ ପୃଥକ ବାସ ସହ ଡାକ୍ତରୀ ପରୀକ୍ଷା କରାଇନେବାକୁ ମଂଚର ସଭାପତି ଡାକ୍ତର ଫକୀର ଚାରଣ ହୋତା, କାର୍ଯ୍ୟକାରୀ ସଭାପତି ଡ. ପୀତବାସ ମିଶ୍ର ସାଧାରଣ ସମ୍ପାଦକ ପି ପି ରାୟ, ଉପଦେଷ୍ଟା ଅଭୟ କୁମାର ଦାସ, ଗୋପୀନାଥ ପଟ୍ଟନାୟକ, ଜଗବଂଧୁ ଜେନା, ନିରଞ୍ଜନ ଦାସ, ଡାକ୍ତର ୟୁ ସି ଜେନା, ଡାକ୍ତର ଗୋପବନ୍ଧୁ ବଳ, ମୀନତି ଦେବତା, କୁଞ୍ଜବିହାରୀ ରାଉତ ପ୍ରମୁଖ ଅନୁରୋଧ କରିଛନ୍ତି ।

jayashree
Leave A Reply

Your email address will not be published.